ଭୁବନେଶ୍ବର: ସାଲିଆସାହି ଗୌଡ଼ପଡ଼ିଆ ନିକଟରେ ହୋଇଥିବା ବୋମାମାଡ଼ ଘଟଣାେର ନୂଆପଲ୍ଲୀ ଥାନା ପୁଲିସ ଆଜି ସାଲିଆସାହି ବସ୍ତିବିକାଶ ପରିଷଦର ସନାତନ ରେଡ୍ଡୀ(୨୭) ଓ ବିକ୍ରମ ରେଡ୍ଡୀ(୨୨ଙ୍କୁ ଗିରଫ କରିଛି। ରିଙ୍କୁ ସ୍ବାଇଁଙ୍କ ଉପରକୁ ସନାତନ, ବିକ୍ରମ ତାଙ୍କର କିଛି ସହଯୋଗୀ ବୋମାମାଡ଼ କରିଥିଲେ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ ଦ୍ବୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏଥିରେ ସମ୍ପୃକ୍ତ ଆଉ ୬ଜଣଙ୍କୁ ଗିରଫ ପାଇଁ ଚଢ଼ଉ ଜାରି ରଖିଛି।
ପୁଲିସ ସୂଚନା ମୁତାବକ, ଗତ ୨୯ ତାରିଖ ରାତିରେ ସାଲିଆସାହିର ପ୍ରକାଶ ରେଡ୍ଡୀଙ୍କ ବାହାଘର ଥିଲା। ରିଙ୍କୁ ଏବଂ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସାଲିଆସାହିରୁ ସହିଦନଗର ପଥରବନ୍ଧ ବସ୍ତିକୁ ବରଯାତ୍ରୀ ଯାଇଥିଲେ। ଏହି ସମୟରେ ରିଙ୍କୁଙ୍କ ସହ ସନାତନ, ବିକ୍ରମ ଓ ସେମାନଙ୍କ ସହଯୋଗୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହିଦିନ ରାତି ପ୍ରାୟ ୧୨ଟାରେ ରିଙ୍କୁ ସ୍କୁଟିରେ ଗୌଡ଼ପଡ଼ିଆ ଦେଇ ଘରକୁ ଫେରିବା ସମୟରେ ସନାତନ, ବିକ୍ରମ ଓ ସେମାନଙ୍କ ୬ ସହଯୋଗୀ ରିଙ୍କୁଙ୍କ ଉପରକୁ ବୋମା ମାଡ଼ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/arrested.jpg)