ନୂଆଦିଲ୍ଲୀ: ଦିଲ୍ଲୀର ଆର୍‌. କେ. ପୁରମ୍‌ରେ ବରିଷ୍ଠ ସହକର୍ମୀଙ୍କୁ ହତ୍ୟା କରି ତାଙ୍କ କ୍ବର୍ଟରସ୍‌ ନିକଟରେ ପୋତି ସେ ସ୍ଥାନରେ ସିମେଣ୍ଟ୍‌ ପ୍ଲାଷ୍ଟର୍‌ କରିଥିବା ଜଣେ ସରକାରୀ କିରାଣିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

Advertisment

ପୁଲିସ କହିଛି, ଗିରଫ ହୋଇଥିବା ଅଭିଯୁକ୍ତ କିରାଣି ଆନିସ୍‌ ଦୋଷ ସ୍ବୀକାର କରିବା ସହିତ ହତ୍ୟା ଘଟଣାର କାରଣ ବି କହିଛନ୍ତି। ଆନିସ କହିଛନ୍ତି ଯେ, ‘ସର୍ଭେ ଅଫ୍‌ ଇଣ୍ଡିଆ ଡିଫେନ୍‌ସ୍‌ ଅଫିସର୍ସ କମ୍ପ୍ଲେକ୍ସ୍‌’ର ବରିଷ୍ଠ ସର୍ଭେୟର୍‌ ମହେଶ ଧାର ନେଇଥିବା ୯ ଲକ୍ଷ ଟଙ୍କା ଫେରସ୍ତ ଦେଉ ନ ଥିଲେ। ଏହାଛଡ଼ା, ସେ ତାଙ୍କ (ଆନିସ୍‌) ପ୍ରେମିକାଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଇରାଣ କରୁଥିଲେ।

ତେଣୁ, ଅଗଷ୍ଟ ୨୮ ତାରିଖ ଦିନ ଆନିସ ଛୁଟି ନେଇ ପ୍ରସ୍ତୁତି ଆରମ୍ଭ କଲେ। ହତ୍ୟା ପାଇଁ ଓ ଶବ ଢାଙ୍କିବା (୬ ଫୁଟିଆ ପଲିଥିନ୍‌) ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ଲାଗି ସେ ଲଜପତ ନଗର ଓ ସାଉଥ୍‌ ଏକ୍‌ଷ୍ଟେନ୍‌ସନ୍‌ ମାର୍କେଟ୍‌’ ଯାଇଥିଲେ ବୋଲି ପୁଲିସ କହିଛି।

publive-image Image Courtesy of NDTV

ତା’ପରେ ଆନିସ ମହେଶକୁ ଡାକିଥିଲେ। ମଧ୍ୟାହ୍ନ ବେଳକୁ ମହେଶ ‘ଆର୍‌. କେ. ପୁରମ୍‌ ସେକ୍ଟର୍‌-୨’ସ୍ଥିତ ଆନିସଙ୍କ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ ଆନିସ୍‌ ତାଙ୍କ ମୁଣ୍ଡରେ ଗୋଟାଏ ‘ପାଇପ୍‌ ରେଞ୍ଜ୍‌’ରେ ଖୁବ୍‌ ଜୋରରେ ପିଟି ମାରି ପକାଇଲେ। ତା’ପରେ ସେ ସୋନିପତରେ ଥିବା ନିଜ ଘରକୁ ଚାଲିଯାଇଥିଲେ। ତହିଁ ଆର ଦିନ ଆସି ୧.୫ ଫୁଟ୍‌ ଗଭୀର ଗାତ ଖୋଳି ଶବକୁ ପୋତି ଦେଲେ। ତା’ରେ ସେ ସ୍ଥାନକୁ ସିମେଣ୍ଟ୍‌ ଦେଇ ପ୍ଲାଷ୍ଟର୍‌ କରି ଦେଇଥିଲେ।

ମହେଶଙ୍କ ସହିତ ଯୋଗାଯୋଗ ନ ହୋଇ ପାରିବାରୁ ତାଙ୍କ ଭାଇ ଥାନାରେ ଅଭିଯୋଗ କଲେ। ତଦନ୍ତ ଆରମ୍ଭ କରି ସେପ୍ଟେମ୍ବର ୨ ତାରିଖରେ ଘଟଣାସ୍ଥଳରୁ ଶବ ଉଦ୍ଧାର କରି ଅଭିଯୁକ୍ତଙ୍କୁ ଗିରଫ କରିଛି।