ନୂଆଦିଲ୍ଲୀ: ରାଜସ୍ଥାନରେ ଦୁର୍ନୀତିଖୋରଙ୍କୁ ଧରିବା ପାଇଁ ବଡ଼ ଧରଣର ଚଢ଼ାଉ ଜାରି ରହିଛି। ଏହା ସତ୍ତ୍ବେ ଦୁର୍ନୀତି ମାମଲା ହ୍ରାସ ପାଉନାହିଁ। ନିକଟରେ ରାଜସ୍ଥାନର ସିରୋହି ଜିଲ୍ଲାରୁ ଦୁର୍ନୀତିଗ୍ରସ୍ତଙ୍କ ଉପରେ ଚଢ଼ାଉ ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଗତ ବୁଧବାର ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ ଜୈନଙ୍କ ଘରେ ଆଣ୍ଟି କରପସନ ବ୍ୟୁରୋର ଏକ ଟିମ୍ ଚଢ଼ାଉ ପାଇଁ ପହଞ୍ଚିଥିଲେ । ବାହାରେ ଟିମ୍ ଛିଡା ହୋଇଥିବା ଜାଣିପାରି ତହସିଲଦାର କଳ୍ପେଶ ଜୈନଙ୍କ ଘରର ଲୋକେ ପାଖରେ ରଖିଥିବା ୨୦ ଲକ୍ଷ ଟଙ୍କାଙ୍କୁ ଗ୍ୟାସଚୂଲୀରେ ପୋଡ଼ି ଦେଇଥିଲେ । ତେବେ ଏତେ ସମୟ ଧରି କବାଟ କେହି ନଖୋଲିବାରୁ ଟିମ କବାଟ ଭାଙ୍ଗି ଘରେ ପଶି ଅଧାଜଳା ଟଙ୍କା ସବୁକୁ ଜବତ କରିଥିଲେ।
/sambad/media/post_attachments/ffddfa91d1809d78814a75d897d3a72824b1ff4a261b0abfd3a353b42b662fb4.jpg)
ସୂଚନାଯୋଗ୍ୟ, ପିଣ୍ଡଓ୍ୱାଡାର ରାଜସ୍ୱ ନୀରିକ୍ଷକ ପରବତ୍ ସିଂହ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ । ତେବେ ଏହି ଲାଞ୍ଚ ସେ ତହସିଲଦାର କଳ୍ପେଶ୍ ଜୈନଙ୍କ ପାଇଁ ନେଉଥିବା ଆଣ୍ଟି କରପସନ ବ୍ୟୁରୋ ନିକଟରେ ସ୍ୱୀକାର କରିଥିଲେ ।
ଏହାପରେ ଟିମ୍ ତହସିଲଦାରଙ୍କୁ ଗିରଫ କରିବାକୁ ତାଙ୍କ ଘରକୁ ଯାଇଥିଲେ । ତହସିଲଦାରଙ୍କ ଘରୁ ଅଧାଜଳା ଟଙ୍କା ସହିତ ନଗଦ ୬୦ହଜାର ଟଙ୍କା ଜବତ କରିଥିଲେ। ଏଥିସହିତ ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ ଜୈନଙ୍କ ଘରେ ଥିବା ବାକି ସମ୍ପତ୍ତିର ତଦନ୍ତ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/୯୮୯.jpg)