ସରକାରୀ ସ୍କୁଲର ଛୋଟ ପିଲାଙ୍କ ହାତରେ ହାରପିକ୍‌ ଧରାଇ କରାଯାଉଛି ଶୌଚାଳୟ ସଫା, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖବାକୁ ମିଳୁଛି ସରକାରୀ ସ୍କୁଲର ପିଲାମାନେ ହାତରେ ହାରପିକ୍‌ ଧରି ଶୌଚାଳୟ ସଫା କରୁଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜଣାପଡ଼ିଲା କି ଏହି ଘଟଣାଟି ହିମାଚଳ ପ୍ରଦେଶ ଉନାସ୍ଥିତ ହରୋଲି ବିଧାନସଭା ଅଞ୍ଚଳର ସରକାରୀ ସ୍କୁଲର।

ଯେଉଁ ସ୍କୁଲରେ ପିଲାମାନେ ହାରପିକ୍‌ ନେଇ ଶୌଚାଳୟ ସଫା କରୁଛନ୍ତି ତାହା ନଙ୍ଗଳ ବଟ୍ଟର ରାଜକୀୟ ପ୍ରାଥମିକ ପାଠଶାଳର ବୋଲି କୁହାଯାଉଛି। ପାଖାପାଖି ଗୋଟିଏ ମିନିଟର ଏହି ଭିଡିଓରେ ୧୨ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ନଜର ଆସୁଛନ୍ତି। ଏଥିରେ ଜଣେ ଛାତ୍ରୀ ଶୌଚାଳୟ ସିଟ୍‌ରେ ହାରପିକ୍‌ ପକାଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ପିଲାମାନେ କଥାବାର୍ତ୍ତା ହେଉଥିବାର ଶୁଣିବାକୁ ମିଳୁଛି। ଯାହାକି ସେଠାକାର ଆଞ୍ଚଳିକ ଭାଷା ବୋଲି ଜଣାପଡ଼ିଛି। ଭିଡିଓ ଭାଇରାଲ ହେବା ପରେ ପିଲାଙ୍କ ହାତରେ ବାଥରୁମ୍‌ ସଫା କରିବା ନେଇ ଅଭିଭାବକମାନେ ଆପତ୍ତି କରିଛନ୍ତି। ଏହି ଘଟଣାକୁ ନେଇ ସ୍କୁଲ ପ୍ରାଶସନ ନିଜ ଭୁଲ ସ୍ୱୀକାର କରିବା ସହିତ ଆଗକୁ ଏପରି ହେବ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି।

ସମ୍ବନ୍ଧିତ ଖବର