ନୂଆଦିଲ୍ଲୀ: ଭାରତୀୟ ମହିଳାମାନଙ୍କ ସହ ଜଡ଼ିତ ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ସଂପ୍ରତି ପ୍ରକାଶ ପାଇଥିବା ନ୍ୟାସନାଲ୍ କ୍ରାଇମ୍ .ରେକର୍ଡ ବ୍ୟୁରୋର ବାର୍ଷିକ ବିବରଣୀରୁ ଏହା ଜଣାପଡ଼ିଛି  । ଏଥିରୁ ଜାଣିବାକୁ ମିଳିଛି ଯେ ୨୦୧୬ ମସିହାରେ ପ୍ରତିଦିନ ୧୦୬ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିଲେ। ସମୁଦାୟ ୩୬,୮୫୯(୯୪.୦୬%) ଦୁଷ୍କର୍ମ ପୀଡ଼ିତାଙ୍କ ମଧ୍ୟରୁ ୨,୧୧୬ ଜଣଙ୍କ ବୟସ ୦-୧୨ ବର୍ଷ ମଧ୍ୟରେ। ତେବେ, ଦୁଃଖର କଥା ହେଉଛି ଅଧିକାଂଶଙ୍କ ନିକଟତର ଲୋକ ହିଁ ଦୁଷ୍କର୍ମ କରିଥିବା ରେକର୍ଡ ରହିଛି। ମୁଖ୍ୟତଃ ପରିବାର ସଦସ୍ୟ, ସଂପର୍କୀୟ, ସ୍ୱାମୀ/ଲିଭ୍‌-ଇନ୍‌ ପାର୍ଟନର, ସହଯୋଗୀ ଇତ୍ୟାଦି ଦୁଷ୍କର୍ମ କରିଥିବା ଜାଣିବାକୁ ମିଳିଛି।

Advertisment

୨୦୧୬ରେ ରାଜଧାନୀ ଦିଲ୍ଳୀରେ ୧,୯୯୬ ଦୁଷ୍କର୍ମ ହୋଇଥିବାର ରେକର୍ଡ ରହିଥିବା ବେଳେ ମୁମ୍ବାଇରେ ୭୧୨, ପୁଣେରେ ୩୫୪ ଏବଂ ଜୟପୁରରେ ୩୩୦ ଦୁଷ୍କର୍ମ ମାମଲା ରଜୁ .ହୋଇଛି।

ଗୁରୁବାର ନ୍ୟାସନାଲ୍ କ୍ରାଇମ୍ .ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ସୂଚନାରୁ ଜାଣିବାକୁ ମିଳିଛି ଯେ ୨୦୧୬ ମସିହାରେ ମହିଳାଙ୍କ ବିରୋଧରେ ଅପରାଧର ମାତ୍ରା ୨.୯% ବୃଦ୍ଧି ପାଇଛି।

publive-image

୨୦୧୫ ମସିହାରେ ଭାରତରେ ୩୪,୨୧୦ ଦୁଷ୍କର୍ମ ମାମଲା ରେକର୍ଡ ହୋଇଥିବା ବେଳେ  ୨୦୧୬ ମସିହାରେ ତାହା ୩୮,୯୪୭କୁ ବୃଦ୍ଧିପାଇଛି। ସେହିପରି ୨୦୧୫ରେ ଗଣଦୁଷ୍କର୍ମ ସଂଖ୍ୟା ୨,୧୧୩ ଥିବା ବେଳେ ୨୦୧୬ରେ ତାହା ବୃଦ୍ଧି ପାଇ ୨,୧୬୪ ରହିଛି।

ତେବେ, ମହିଳାଙ୍କ ବିରୋଧରେ ହୋଇଥିବା ସମୁଦାୟ ୩, ୩୮, ୯୫୪ଟି ଅପରାଧୀକ ମାମଲା ମଧ୍ୟରୁ ୩୨.୫% ମହିଳା ନିଜର ସ୍ୱାମୀ ଏବଂ ସଂପର୍କୀୟଙ୍କ କ୍ରୁରତାର ଶିକାର ହୋଇଥିବା ରେକର୍ଡ ରହିଛି। ୨୫ ପ୍ରତିଶତ ମହିଳା ଅପମାନ ସହୁଥିବା ବେଳେ ୧୯ ପ୍ରତିଶତ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ୨୦୧୬ ମସିହାରେ ୩୩,୭୯୬ ମହିଳା ଅପହରଣ ହୋଇଥିବାର ସୂଚନା ରହିଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ରୁଜୁ ହୋଇଥିବା ଅନେକଗୁଡ଼ିଏ ଅପହରଣ ମାମଲାରେ ଯୁବତୀମାନେ କାହା ସହ ଫେରାର୍‌ ହୋଇଯାଇଥାନ୍ତି। ଏନ୍‌ସିଆର୍‌ବି ତଥ୍ୟ ଅନୁଯାୟୀ ଜାଣିବାକୁ ମିଳିଛି ଯେ ୨,୬୦, ୩୦୪ ଅପରାଧୀକ ମାମଲା ୨୦୧୬ ମସିହାରେ ଟ୍ରାଏଲ୍‌ କୋର୍ଟଙ୍କୁ ପଠାଯାଇଛି। ରେକର୍ଟ ମୁତାବକ, ୨୦୧୬ ମସିହାରେ ୨୦୬ଟି ଏସିଡ୍‌ ଆକ୍ରମଣ ମାମଲା ରହିଥିବା ବେଳେ ୭,୨୩୬ଟି ପଛରେ ପିଛା କରିବା ମାମଲା ରହିଛି।