ଅହମ୍ମଦାବାଦ୍: ଗୁଜୁରାଟର ଅହମ୍ମଦାବାଦ୍ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୭ ବର୍ଷର ନିଜ ନାତୁଣୀ ସହ ଅସଦାଚରଣ କରିଥିବା ଅଭିଯୋଗରେ ୭୫ ବର୍ଷିଅ ଜେଜେବାପା ଗିରଫ ହୋଇଛନ୍ତି। ପୀଡ଼ିତାଙ୍କ ମାଆ ତାଙ୍କ ଶଶୁରଙ୍କ ନାମରେ ଅଭିଯୋଗ ଆଣିବା ପରେ ସତ୍ୟ ସାମ୍ନାକୁ ଆସିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ସାବତ ଜେଜେବାପା।
ପୀଡ଼ିତାର ବାପାମାଆ ବାହାରକୁ କାମରେ ଯାଇଥିବା ବେଳେ ଗୁରୁବାର ଏପରି ଘଟିଥିବା ସୂଚନା ରହିଛି। ନାବାଳିକା ପୀଡ଼ିତାର ବ୍ୟକ୍ତିଗତ ଅଙ୍ଗରେ ଯନ୍ତ୍ରଣା ହେବା ପରେ ସେ ନିଜ ମାଆଙ୍କୁ କହିବା ପରେ ମହିଳା ଜଣକ ସନ୍ଦେହ କରିଥିଲେ। ସେ ସନ୍ଦେହ କରି ନିଜ ଝିଅକୁ ପଚାରିବାରୁ ସତ ଜଣା ପଡ଼ିଥିଲା।
ବହୁ ପଚାରିବା ପରେ ୭ ବର୍ଷୀୟା ପୀଡ଼ିତା ନାବାଳିକା ନିଜ ମାଆ ଆଗରେ ସବୁ କଥା କହିଥିଲା। ମହିଳା ଜଣକ ନିଜ ଝିଅ ମୁହଁରୁ ସବୁ କଥା ଶୁଣିବା ପରେ ପୁଲିସ୍ ଷ୍ଟେସନ୍କୁ ଯାଇଥିଲେ। ନାବାଳିକାର ଡାକ୍ତରୀ ପରୀକ୍ଷା ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।