ନୂଆଦିଲ୍ଲୀ: ହାଜିପୁରର ଚାନ୍ଦପୁରା ଅଞ୍ଚଳସ୍ଥ ଚକମଗୋଲା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମି ଓ ରାସ୍ତା ବିବାଦକୁ ନେଇ ଜଣେ ଜେଜେବାପା ତାଙ୍କ ନାତିକୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାକୁ କେନ୍ଦ୍ରକରି ହତ୍ୟାକାରୀ ଜେଜେବାପା ଦିନେଶ ପ୍ରସାଦ ସିଂହ ସମେତ ତିନିଜଣ ଲୋକଙ୍କୁ ପୁଲିସ ଗିରଫ କରିଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ବୃଦ୍ଧ ଦିନେଶ ପ୍ରସାଦ ସିଂହ ସେନାରୁ ଅବସର ନେଇଛନ୍ତି। ଦିନେଶଙ୍କ ପାଖରେ ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥିଲା। ଯାହାକୁ ଆଧାର କରି ସେ ତାଙ୍କ ୨୪ବର୍ଷୀୟ ନାତି ବିକ୍ରମ କୁମାରଙ୍କ ଛାତିକୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଦିନେଶଙ୍କ ଏକ ଭିଡିଓ ବି ସାମ୍ନାକୁ ଆସିଛି। ଯେଉଁଥିରେ ସେ ବନ୍ଧୁକ ଧରି ଧମକ ଦେଉଥିବା ବି ଦେଖିବାକୁ ମିଳିଛି।
ଏହି ଘଟଣାକୁ ନେଇ ମହନାରର ଏସଡିପିଓ କହିଛନ୍ତି, ମୃତକ ବିକ୍ରମ କୁମାର ଗ୍ରାଜୁଏସନ ପର୍ଯ୍ୟନ୍ତ ପାଠପଢ଼ିଛନ୍ତି। ଏହାପରେ ସେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ। ଏଭଳି ସମୟରେ ଜମି ଓ ରାସ୍ତକୁ ନେଇ ଦୂର ସମ୍ପର୍କରେ ଜେଜେବାପା ଲାଗୁଥିବା ଦିନେଶଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଯେଉଁ କାରଣରୁ ବୃଦ୍ଧ ଦିନେଶ ବିକ୍ରମ କୁମାରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦିନେଶ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ବିକ୍ରମଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/c4b17177-4d8a-4a5c-822c-a76fcf677a6f.jpg)