ଝିଅକୁ ହତ୍ୟା କଲା ମା’, ଜ୍ୱାଇଁ ସହ ମିଶି ରଚିଥିଲେ ଷଡ଼ଯନ୍ତ୍ର

ନୋଏଡା : ନୋଏଡାରେ ଜଣେ ମା’ ନିଜ ଝିଅକୁ ସମ୍ପତ୍ତି ପାଇଁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଭଳି ହତ୍ୟାରେ ଅଭିଯୁକ୍ତ ମା’କୁ ସାହାଯ୍ୟ କରିଛନ୍ତି ତାଙ୍କ ଜ୍ୱାଇଁ । ଝିଅ ନାଁରେ ଥିବା ଦୁଇଟି ଘର ଓ ବ୍ୟାଙ୍କ ଆକାଉଣ୍ଟରେ ଥିବା ୪୦ଲକ୍ଷ ଟଙ୍କା ପାଇଁ ଏଭଳି ହତ୍ୟା କରାଯାଇଥିବା କହିଛି ପୁଲିସ ।

ଜୁଲାଇ ୧୦ରେ ପୀଡ଼ିତାଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିଲା । ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ପ୍ରକୃତ ଘଟଣା ଜାଣି ପାରିଥିଲା ପୁଲିସ ।

Image result for greater-noida-mother-arrested-in-daughter-murder-conspired-with-son-in-law

ସୂଚନା ମୁତାବକ, ପୀଡ଼ିତାଙ୍କ ସ୍ୱାମୀ କିଛି ଦିନ ତଳେ ମୃତ୍ୟୁବରଣ କରିବା ପରେ ତାଙ୍କ ସବୁ ସମ୍ପତ୍ତି ପୀଡ଼ିତାଙ୍କ ନାଁରେ ହୋଇଯାଇଥିଲା । ପୀଡ଼ିତା ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ସବୁ ସମ୍ପତ୍ତି ଚାଲିଯିବା ଡ଼ରରେ ତାଙ୍କୁ ଏଭଳି କରିବାକୁ ମନା କରିଥିଲେ ତାଙ୍କ ମା’ କିନ୍ତୁ ପୀଡ଼ିତା ତାଙ୍କ କଥା ନ ମାନିବାରୁ ପୀଡ଼ିତାଙ୍କ ମା’ ଏବଂ ତାଙ୍କ ଭିଣୋଇ ମିଶି ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ ।

ସମ୍ବନ୍ଧିତ ଖବର