ଗୁରୁଗ୍ରାମ : ଗୁରୁବାର ଜଣେ ଗର୍ଭବତୀ ମହିଳାଙ୍କ ସହ ଯାହା ଘଟିଥିଲା, ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତା ଖାଇବା ନେଇ ସ୍କୁଟି ଯୋଗେ ରାସ୍ତାରେ ଯାଉଥିବା ବେଳେ ଅଭିଯୁକ୍ତମାନେ କାର୍‌ରେ ଆସି ପୀଡ଼ିତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ । ତଳେ ପଡ଼ିଯିବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । କିଛି ସମୟ ପରେ ପୀଡ଼ିତା ଅଚେତ ହୋଇଯିବାରୁ ମରି ଯାଇଥିବା ଭାବି ସେଠାରୁ ଚାଲି ଆସିଥିଲେ ଅଭିଯୁକ୍ତ । କିନ୍ତୁ ପରେ ତାଙ୍କୁ ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ତାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

Advertisment

publive-image The Hans India

ଚେତା ଫେରିବା ପରେ, ୨୦୧୮ରେ ମୋ ସହ ଗଣଦୁଷ୍କର୍ମ ହୋଇଥିବାରୁ ମୁଁ ପୁଲିସରେ ଏ ନେଇ ଅଭିଯୋଗ କରିଥିଲି । କିନ୍ତୁ ମାମଲାକୁ ଫେରାଇ ଆଣିବା ପାଇଁ ମୋତେ ଆଗରୁ ଧମକ ମିଳିଥିବା ବେଳେ ସେମାନେ ଗୁରୁବାର ମୋ ଉପରେ ଆକ୍ରମଣ କରିଥିଲେ ବୋଲି କହିଛନ୍ତି ପୀଡ଼ିତା । ପୁଲିସ ଏ ନେଇ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।