ବର ହୋଇ ଯାଇଥିଲେ, ଶବ ହୋଇ ଫେରିଲେ

ଅଯୋଧ୍ୟା: ବାଜୁଥିଲା ସାହାନାଇ,ଆଉ ଆଖିରେ ନିଜ ନବବଧୂକୁ ଦେଖିବା ପାଇଁ ଢେର ରୋମାଞ୍ଚ | ମଥାରେ ଟିପିଟିପି ଚନ୍ଦନ ସହ ବର ବେଶରେ ସଜେଇ ହୋଇ କନ୍ୟା ଘରକୁ ଯାଇଥିଲେ ଉତ୍ତରପ୍ରଦେଶ ଅଯୋଧ୍ୟାର ସୁରେନ୍ଦ୍ର | ହେଲେ ଘରକୁ ସେ ଆଉ ନବବଧୂକୁ ଧରି ଫେରିପାରିନାହାନ୍ତି | ବରଂ ଘରକୁ ଫେରିଛି ତାଙ୍କ ମୃତଦେହ | କାରଣ ଉକ୍ତ କନ୍ୟାଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିଛି | ମିଳିଥିବା ସୂଚନା ମୁତାବକ ଅଯୋଧ୍ୟାର କୁମାରଗଞ୍ଜ ଅଞ୍ଚଳର ସୁରେନ୍ଦ୍ର ବରଯାତ୍ରୀ,ବାଜା-ରୋଷଣିରେ ତିଣ୍ଡଲୀ ଗାଁକୁ ଯାଇଥିଲେ | ହେଲେ ନିଜ ପ୍ରେମିକାକୁ ଅନ୍ୟ କାହା ସହ ବିବାହ କରିବାର ସହିପାରିନଥିଲା ପ୍ରେମିକ ସିନ୍ତୁ | ଆଉ ପ୍ରତିଶୋଧ ପରାୟଣ ହୋଇ ନିଜ ସାଙ୍ଗମାନଙ୍କ ସହ ମିଶି ସେ ସୁରେନ୍ଦ୍ରଙ୍କୁ ହତ୍ୟା କରିଥିଲା | ପୋଲିସ ସୁରେନ୍ଦ୍ରଙ୍କର ଶବ ଜବତ କରିବା ସହ ବ୍ୟବଛେଦ କରିବାକୁ ପଠାଇଥିଲା |ତଦନ୍ତ କରି ପ୍ରେମିକ ସିନ୍ତୁ ସହ ଅନ୍ୟ ସହଯୋଗୀଙ୍କୁ ଗିରଫ କରିଛି | ତେବେ ଏହି ଘଟଣା ଜଣାପଡିବା ପରେ ଉଭୟ ବର ଓ କନ୍ୟାଙ୍କ ଘରେ ଶୋକର ଛାୟା ଖେଳିଯାଇଛି | ଆଉ କିଛି ସମୟ ପରେ ହାତଗଣ୍ଠି ପଡ଼ିବାକୁ ଥିଲା | କିନ୍ତୁ ଏହା ପୂର୍ବରୁ ଭାବି ସ୍ୱାମୀଙ୍କର ହତ୍ୟା ହୋଇଥିବା ଖବର ପାଇଁ ଏବେ କନ୍ୟାଙ୍କ ଆଖିରୁ ଝରୁଛି ଅବିରତ ଲୁହ |

ସମ୍ବନ୍ଧିତ ଖବର