ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରୁଟର ଡୁଙ୍ଗରାବଲି ଗ୍ରାମସ୍ଥିତ ଜାତୀୟ ରାଜପଥରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଯାହା ଚର୍ଚ୍ଚାର ପରିସରରେ ରହିଛି।
ଘଟଣାଟି ହେଉଛି ଏପରି, ବିବାହ ସମୟରେ ପରମ୍ପରା ଅନୁଯାୟୀ ବର ନୋଟର ମାଳ ପିନ୍ଧି ଘୋଡ଼ାରେ ଚଢ଼ି ବରଯାତ୍ରୀଙ୍କୁ ନେଇ ବେଶ ଖୁସିରେ କନିଆଁ ଘର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ଜଣେ ଚୋର ବରଙ୍କ ବେକରେ ଟଙ୍କା ମାଳପଡ଼ିଥିବା ଦେଖି ଅତି ଚତୁରତାର ସହ ତାକୁ ଛିଣ୍ଡାଇ ଘଟଣାସ୍ଥଳରୁ ମିନି ଟ୍ରକ ଯୋଗେ ଚମ୍ପଟ ମାରିଥିଲା।
ଏହି ଘଟଣାପରେ ବର କିଛି ଚିନ୍ତା ନକରି ଚୋରକୁ ଧରିବା ପାଇଁ ଜଣଙ୍କ ବାଇକ ପଛରେ ବସି ଧାଇଁଥିଲେ।
#मेरठ के डुंगरावली गांव में नेशनल हाईवे पर घुड़चढ़ी के दौरान एक अजीबोगरीब घटना हुई, जहां दूल्हे की नोटों की माला से नोट खींचकर एक युवक भाग निकला। इस घटना से नाराज दूल्हा शादी की रस्में छोड़कर चोर को पकड़ने दौड़ पड़ा। भागते हुए चोर ने लोडर गाड़ी स्टार्ट कर दी, लेकिन दूल्हे ने हार… pic.twitter.com/LK1cnFrlxK
— UttarPradesh.ORG News (@WeUttarPradesh) November 25, 2024
କିଛି ବାଟ ଯିବା ପରେ ବର ସିନେମା ଶୈଳୀରେ ମିନିଟ୍ରକ ଉପରେ ଚଢ଼ି ଝରକା ଦେଇ ଗାଡ଼ି ଭିତରେ ପଶି ମିନି ଟ୍ରକ ଚାଳକ/ ଚୋରକୁ କାବୁୂ କରିଥିଲେ। ଏହାପରେ ବରଯାତ୍ରୀମାନେ ବି ଘଟଣାସ୍ଥଳରେ ପହଞ୍ଚି ମିଶିକି ଚୋରକୁ କାବୁ କରି ରାସ୍ତା ଉପରେ ନିସ୍ତୁକମାଡ଼ ମାରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଧରି ଥାନାକୁ ନେଇଯାଇଛି। ବର ଚୋରକୁ କାବୁ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି,‘ ରାସ୍ତାରେ ବର ପାଲଟିଲେ ସୁରପମ୍ୟାନ । ଚୋରକୁ କଲେ କାବୁ।’