ବରଣମାଳା ପରେ ସାଙ୍ଗମାନେ ଖୁସିରେ ଗୁଳି ଫୁଟାଇବା ହେଲା କାଳ, ଆର ପାରିକୁ ଚାଲିଗଲା ବର

ପାଟନା : ପାଟନାରେ ବିବାହ ପାଇଁ ଖୁସିର ବାତାବରଣ ଥିବା ବେଳେ ବରର ମୃତ୍ୟୁ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି । ବିବାହ ପାଇଁ ବରଯାତ୍ରୀ ନେଇ ପହଞ୍ଚିବା ସହ ବରଣମାଳା ରୀତିନୀତି ପୂରା କରିଥିଲେ ବର-କନ୍ୟା । ଯାହା ପରେ ବରର ସାଙ୍ଗମାନେ ଖୁସିରେ ଗୁଳି ଫୁଟାଇବା ଆରମ୍ଭ କରିଥିଲେ । କିନ୍ତୁ ତାଙ୍କର ଖୁସି ପାଳନ କରିବାର ଏଭଳି ଉପାୟ କାହାର ଜୀବନ ନେଇଯିବ, ତାହା ଜଣା ନଥିଲା । ଷ୍ଟେଜ୍‌ ଉପରେ ବର ଏବଂ ତାଙ୍କ ଭାଇକୁ ଗୁଳି ବାଜିବା ପରେ ତୁରନ୍ତ ଦୁହିଁଙ୍କ ଡ଼ାକ୍ତରଖାନା ଦିଆଯାଇଥିଲା । କିନ୍ତୁ ଡ଼ାକ୍ତରଖାନାରେ ଚିକିତ୍ସା କରାଯିବା ପରେ ବରକୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ଘଟଣାଟି ପୁଲିସ ପାଖରେ ପହଞ୍ଚିଥିବା ବେଳେ ଗୁଳି ଫୁଟାଇଥିବା ଯୁବକ ଫେରାର ଥିବା ଜଣା ପଡ଼ିଛି ।

AI News

ସୂଚନା ମୁତାବକ, ରବିବାର ସତେନ୍ଦ୍ର କୁମାରଙ୍କ ବିବାହ ଥିବା ବେଳେ ରାତି ୧୦ଟା ସମୟରେ ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଥିଲେ ବରପକ୍ଷ । ଏହା ପରେ ବିବାହର ରୀତିନୀତି ଆରମ୍ଭ ହୋଇ ଯାଇଥିଲା । ବରଣମାଳା ସରିବା ପରେ କନ୍ୟା ଘର ଭିତରକୁ ଚାଲିଯିବା ସହ ବରର ସାଙ୍ଗମାନେ ଷ୍ଟେଜ୍‌ ଉପରକୁ ଉଠି ଖୁସିରେ ଗୁଳି ଫୁଟାଇଥିଲେ । କିନ୍ତୁ ୩ଥର ପ୍ରୟାସ କରିବା ପରେ ମଧ୍ୟ ବନ୍ଧୁକରୁ ବୁଲେଟ ବାହାରି ନଥିଲା । ବରର ସାଙ୍ଗ କ’ଣ ଅସୁବିଧା ହୋଇଛି ଦେଖିବା ପାଇଁ ବନ୍ଧୁକ ତଳକୁ ଆଣିବା ସମୟରେ ହଠାତ ଗୁଳି ଫୁଟିଯିବାରୁ ବର ଏବଂ ତାଙ୍କ ଭାଇ ଦେହରେ ଯାଇ ବାଜିଥିଲା । ତୁରନ୍ତ ଦୁହିଁଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସତେନ୍ଦ୍ରଙ୍କ ମୃତ୍ୟୁ ସୋମବାର ସକାଳ ୬ଟାରେ ହୋଇଥିଲା । ଅନ୍ୟ ପକ୍ଷରେ ତାଙ୍କ ଭାଇ ଗୁଡୁର ଅବସ୍ଥା ଏବେ ଗୁରୁତର ଥିବା ଜଣା ପଡ଼ିଛି । ବିହାରରେ ଗୁଳି ଫୁଟାଇ ଖୁସି ପାଳନ କରାଯାଉଥିବା ବେଳେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର । କିନ୍ତୁ ଏବେ ବି ଲୋକେ ଗୁଳି ଫୁଟାଇ ଖୁସି ପାଳନ କରୁଥିବା ଦେଖା ଯାଉଛି ।

ସମ୍ବନ୍ଧିତ ଖବର