ନୂଆଦିଲ୍ଲୀ: ବିବାହ ସମୟରେ ମଞ୍ଚ ଉପରୁ ଗହଣା ଓ ଟଙ୍କା ଭର୍ତ୍ତି ବ୍ୟାଗ ଚୋରି ହେବା ସହିତ ବରଯାତ୍ରୀଙ୍କ ପକେଟମାର ହୋଇଯିବା ଭଳି ଅନେକ ଘଟଣା ସମ୍ନାକୁ ଆସିଥାଏ। ତେବେ ଏହି ଘଟଣାରେ ଅନେକ ସମୟରେ ନିଜ ଲୋକ ସାମିଲ ଥିବା ଜଣାପଡ଼ିଥାଏ। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଛି। ଯେଉଁଥିରେ ବରର ସାଙ୍ଗ ହିଁ ଟଙ୍କା ଚୋରି କରୁଥିବା ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ବର ବେକରେ ଟଙ୍କାଭର୍ତ୍ତି ମାଳ ପକାଇ ବସିଛନ୍ତି। ସେପଟେ ପରିବାରବର୍ଗ ବିବାହ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ବର ପାଖରେ ତାଙ୍କର ଜଣେ ବନ୍ଧୁ ବସିଛନ୍ତି। ଆଉ ସେ ବାରମ୍ବାର ବର ପିନ୍ଧିଥିବା ଟଙ୍କା ମାଳକୁ ଦେଖୁଛନ୍ତି। ଏତିକି ବେଳେ ସେ ମଉକା ଦେଖି ବର ପିନ୍ଧିଥିବା ଟଙ୍କା ମାଳରୁ ଟଙ୍କା ଚୋରି କରି ନିଜ ପକେଟରେ ଭର୍ତ୍ତି କରି ଦେଇଥିଲେ। ଆଉ କିଛି ନଜାଣିଲା ପରି ସେଠାରେ ବସି ରହିଥିଲେ।
View this post on Instagram
ତେବେ ଏହି ଘଟଣାର ଭିଡିଓ ସେ ସ୍ଥାନରେ ଉପସ୍ଥିତ ଥିବା କେହି ଜଣେ ରେକର୍ଡ କରିବା ପରେ ସତ ସାମ୍ନାକୁ ଆସିଥିଲା।
ଇନଷ୍ଟାଗ୍ରାମ ପେଜ୍ ମେମଲୋଜି ଭିଡିଓ ସେୟାର କରି ଲେଖିଛନ୍ତି, 'ବର୍ତ୍ତମାନ ମୁଁ ଏହି ଟଙ୍କାରେ ଉପହାର ଦେବି।' ଏହି ଭିଡିଓକୁ ୮୫ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଲୋକମାନେ ଏହି ଭିଡିଓ ଦେଖି ବିଭିନ୍ନ ପ୍ରକାରର ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-3-copy-1.jpg)