ଧଉଳି : ବିବାଦୀୟ ଜାଗାବାଡ଼ିକୁ କେନ୍ଦ୍ରକରି ଗତକାଲି ସନ୍ଧ୍ୟାରେ ଶିଶୁପାଳଗଡ଼ ଅଞ୍ଚଳରେ ଘଟିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାମଲାରେ ଆଜି ଧଉଳି ଥାନା ପୁଲିସ ଉଭୟ ପକ୍ଷରୁ ମୋଟ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଟିଏ ପକ୍ଷର ଦେବନ ନାୟକ (୪୨) ଓ ଅଜୁ ଜେନା (୨୩)। ସେହିପରି ବିରୋଧୀ ପକ୍ଷର ଅନ୍ୟ ଅଭିଯୁକ୍ତ ଦ୍ୱୟ ହେଲେ ପ୍ରଫୁଲ୍ଲ ଦାସ (୩୨) ଏବଂ ତାଙ୍କ ପିଉସୀ ପୁଅ ଭାଇ ବିପିନ ନାୟକ। ଏହି ଗଣ୍ଡଗୋଳ ଘଟଣାରେ ଆହୁରି ଏକାଧିକ ବ୍ୟକ୍ତି ପକ୍ଷଭୁକ୍ତ ଥିବା ନେଇ ସୂଚନା ମିଳିଛି। ରବିବାର ଜାଗାବାଡ଼ି ଦଖଲକୁ ନେଇ ଉପରୋକ୍ତ ଦୁଇ ପକ୍ଷ ମାର୍ପିଟ୍ ହୋଇଥିଲେ ।
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୪ ଜେଲ୍ ଗଲେ
/sambad/media/post_attachments/wp-content/uploads/2018/01/jail-a-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)