ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ : ଉଭୟ ଗୋଷ୍ଠୀରୁ ୬ ଗିରଫ

ଭୁବନେଶ୍ୱର : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରି ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରୋହିତ ବେହେରା(୪୦), ଶଙ୍କର ବେହେରା (୩୮), ନବକିଶୋର ବେହେରା(୩୬), ବାପୁନି ପରିଡ଼ା(୨୫), ଲୋକନାଥ ବେହେରା(୨୩) ଓ ଗୋପାଳ ପରିଡ଼ା (୨୦) ସମସ୍ତଙ୍କ ଘର ଲକ୍ଷ୍ମୀସାଗର ତଳ ସାହି ଅଞ୍ଚଳରେ। ପୁଲିସ ସୂଚନା ଅନୁଯାୟୀ ଆଜି ସାମାନ୍ୟ କଥା କଟାକଟିରୁ ଏହା ଉଗ୍ର ରୂପ ନେଇଥିଲା। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗି ଉଭୟ ଗୋଷ୍ଠୀରୁ ୪ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ଗଣ୍ଡଗୋଳରେ ସଂପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର