ଗୋଷ୍ଠୀ ସଂଘର୍ଷରେ ୨ ଗୁରୁତର, ୨ ଗିରଫ 

ବାଲିପାଟଣା/ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ସିଙ୍ଗିରିଶାସନ ଗ୍ରାମରେ ବୁଧବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ରଂଶ୍ମିରଂଜନ ପାତ୍ର ଓରଫ ରାଜା(୨୭) ଓ ପର୍ଶୁରାମ ପ୍ରଧାନ ଆହତ ହୋଇଛନ୍ତି। ବାଲିପାଟଣା ପୁଲିସ ବୁଦ୍ଧିପଡ଼ା ଗ୍ରାମର ବବୁଲ ପ୍ରଧାନ (୨୩) ଓ ସରିପୁର ଗ୍ରାମର ସନ୍ଦୀପ ପ୍ରଧାନ (୨୪)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତକାଲି ଝିଣ୍ଟିର ରାଜା ଓ ସିଙ୍ଗିରି ଗ୍ରାମର ପର୍ଶୁରାମଙ୍କ ସମେତ ଅନ୍ୟ ଦୁଇଜଣ ଭୋଜି କରିଥିଲେ। କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିଲା। ସନ୍ଧ୍ୟା ପ୍ରାୟ ୮ଟାରେ ବବୁଲ ଓ ସନ୍ଦୀପଙ୍କ ସମେତ ୬ଜଣ ସଂଘବଦ୍ଧ ଭାବେ ରାଜା ଓ ପର୍ଶୁରାମଙ୍କ ସହ ଅନ୍ୟମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଖଣ୍ଡାଚୋଟରେ ରାଜାଙ୍କ ପାପୁଲି ଛିଣ୍ଡି ଯାଇଛି। ଗ୍ରାମବାସୀମାନେ ବବୁଲ ଓ ସନ୍ଦୀପଙ୍କୁ କାବୁ କରି ବାଲିପାଟଣା ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର