ପଟ୍ନା : ବିହାରର ଜମୁଇ ରେଳ ଷ୍ଟେସନ ବାହାରେ ଜଣେ ଜିଆର୍ପି ଥାନାଧ୍ୟକ୍ଷ କରିଥିବା କାମ ଏବେ ବିବାଦରେ ରହିଛି । ଯାତ୍ରୀଙ୍କୁ ଅଚେତ୍ ଅବସ୍ଥାରେ ଦେଖି ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୋଡ଼ ମାରି ଉଠାଇବାକୁ ଚେଷ୍ଟା କରିବା ସହ ପିନ୍ଧିଥିବା ଚପଲ ଶୁଙ୍ଘାଇଥିଲେ ଥାନାଧ୍ୟକ୍ଷ । ଘଟଣା ସମୟର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଯାତ୍ରୀଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରି ନାହିଁ ।
/sambad/media/post_attachments/dc8e2ebdf3fc468d20a6f37cbf5ae41dcf258f4dea02f298f0ad14526c41c7cf.jpg)
ସୂଚନା ମୁତାବକ, ଜଣେ ଯାତ୍ରୀ ରେଳ ଷ୍ଟେସନ ପ୍ଲାଟ୍ଫର୍ମରେ ଅଚେତ୍ ପଡ଼ିଥିବାର ଖବର ପାଇ ଜିଆର୍ପିର ଜଣେ କନେଷ୍ଟବଳ ଆସି ଯାତ୍ରୀଙ୍କ ମୁହଁକୁ ପାଣି ମାରିଥିଲେ । ଏହି ସମୟରେ ଜିଆର୍ପି ଥାନାଧ୍ୟକ୍ଷ ଶ୍ରୀକାନ୍ତ ସେଠାରେ ପହଞ୍ଚି ଯାତ୍ରୀଙ୍କୁ ଉଠାଇବା ପାଇଁ ଅଜବ ବାଟ ଆପଣାଇଥିଲେ । ସେଠାରେ ପହଞ୍ଚି ଗୋଡ଼ ମାରି ଯାତ୍ରୀଙ୍କୁ ଉଠାଇବା ପାଇଁ ଚେଷ୍ଟା କରିବା ସହ ପିନ୍ଧିଥିବା ଚପଲ ଶୁଙ୍ଘାଇଥିଲେ ଶ୍ରୀକାନ୍ତ । ଏହି ସମୟରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ ଜଣେ କେହି ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା କିଛି ସମୟ ମଧ୍ୟରେ ଭାଇରାଲ ହେବା ସହ ଶ୍ରୀକାନ୍ତଙ୍କ ଏଭଳି କାମକୁ ଲୋକେ ନିନ୍ଦା କରିବାରେ ଲାଗିଛନ୍ତି । ଘଟଣା ନେଇ କୌଣସି ସୂଚନା ନାହିଁ । ସୂଚନା ପାଇଲେ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ରେଲେଓ୍ଵ ଏସ୍ପି ।