ନୂଆଦିଲ୍ଲୀ:ନୂଆଦିଲ୍ଲୀର ବିନ୍ଦାପୁର ଥାନା ଅଞ୍ଚଳରେ ଜଣେ ତିନି ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ତିନି ବର୍ଷର ଶିଶୁଟି ଘରେ ଏକୁଟିଆ ଥିଲା।
ଶିଶୁର ବାପା ରାଜମିସ୍ତ୍ରୀ ଭାବେ କାମ କଲେ ଓ ମାଆ ଅନ୍ୟ ଲୋକଙ୍କ ଘରେ କାମ କରିଥାଏ। ସେ ଦୁହେଁ ନିଜ ନିଜ କାମରେ ବାହାରେ ଥିବା ବେଳେ ଶିଶୁଟି ଘରେ ଏକା ଥିଲା। ଘରେ ଝିଅଟି ଏକା ଥିବା ଦେଖି ରଂଜିତ୍(୪୦) ତାକୁ ଫୁସୁଲେଇ ସଂଯୋଗ ବିହାର ଏମ ସି ଡି ସ୍କୁଲ ପାଖରେ ଥିବା ଏକ କୋଠରିକୁ ନେଇ ଯାଇଥିଲା ଓ ଦୁଷ୍କର୍ମ କରିଥିଲା। ସେହି ସମୟରେ ଶିଶୁଟି ଯନ୍ତ୍ରଣା ଅନୁଭବ କରି କାନ୍ଦିବାକୁ ଲାଗିଲା। ତା’ପରେ ସେଠାରେ ଲୋକେ ରୁଣ୍ଡ ହୋଇଗଲେ ଓ ଅଭିଯୁକ୍ତ ରଂଜିତକୁ ଧରି ନିସ୍ତୁକ ମାଡ଼ ମାରିଥିଲେ।
/sambad/media/post_attachments/wp-content/uploads/2018/12/handcuffs-7.jpg)
ତା’ପରେ ଦୁଷ୍କର୍ମ ପୀଡିତା ତିନି ବର୍ଷର ଶିଶୁକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ର ଅବସ୍ଥା ସଂକଟାପନ୍ନ ଥିିବା କୁହାଯାଉଛି। ଅଭିଯୁକ୍ତ ରଂଜିତ ଗାର୍ଡ ଭାବେ କାମ କରେ ବୋଲି ଜଣାଯାଇଛିି। ତାକୁ ପୁଲିସ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Child_Rape_-_Molestation_-_Abuse_-_Getty_Images_-_23542356_0.jpeg)