ଭୁବନେଶ୍ୱର: ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତ ପଦ୍ମକେଶରୀପୁର ଅଞ୍ଚଳର ଗୁଡ଼ୁ ଦାସକୁ ଗିରଫ କରିଛି। ପୁଲିସ ତାଠାରୁ ଗୋଟିଏ ଖଣ୍ଡା ଜବତ କରିଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଗୁଡ଼ୁ ନିଶାସକ୍ତ ଅବସ୍ଥାରେ ଆସି ସେହି ଅଞ୍ଚଳର ଫିରାନ୍ ଦାସ ନାମକ ଜଣେ ଯୁବକଙ୍କୁ ଗାଳିଗୁଲଜ କରିଥିଲା। ପ୍ରତିବାଦ କରିବାରୁ ଗୁଡ଼ୁ ଫିରାନ୍କୁ ଧକ୍କା ମାରିଥିଲା। ଏହାପରେ ଘରକୁ ଯାଇ ଏକ ଖଣ୍ଡା ଆଣି ଫିରାନ୍ଙ୍କ ବେକକୁ ଆକ୍ରମଣ କରିଥିଲା। ନିଜକୁ ବଞ୍ଚାଇବା ପାଇଁ ଫିରାନ୍ ହାତ ଦେଖାଇବାରୁ ଖଣ୍ଡା ଚୋଟରେ ତାଙ୍କ ଆଙ୍ଗୁଠି କଟି ଯାଇଥିଲା। ଫିରାନ୍ ଜୀବନ ବିକଳରେ ଚିତ୍କାର କରି ଘର ଭିତରକୁ ପଶି ଯାଇଥିଲେ ଏବଂ ପୁଲିସକୁ ଫୋନ୍ କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫିରାନ୍ଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏହାପରେ ସେଠାରୁ ଗୁଡ଼ୁକୁ ଗିରଫ କରି ଥାନାକୁ ଆଣିଥିଲା।
ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, ଗୁଡୁ ଗିରଫ
/sambad/media/post_attachments/wp-content/uploads/2018/01/arrested-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)