ଫୋନ ଛାଡ଼ି ଯିବା ପରେ ୧୩,୦୦୦ଟଙ୍କାର ଅନ୍‌ଲାଇନ୍‌ ସପିଂ କରିଦେଲେ ଘରକୁ ଆସିଥିବା ଅତିଥି

ନୂଆଦିଲ୍ଲୀ : ୨୩ବର୍ଷୀୟ ଜନେୈକ ଯୁବକ ତାଙ୍କ ଘରକୁ ଆସିଥିବା ଜଣେ ଅତିଥିଙ୍କ ଉପରେ ଏକ ଗମ୍ଭୀର ଆରୋପ ଲଗାଇଛନ୍ତିି । ଗତମାସରେ ପୀଡ଼ିତ ଆକାଶ କୁମାରଙ୍କ ସହ ରହୁଥିବା ତାଙ୍କର ବନ୍ଧୁ ଆନନ୍ଦ ପଟେଲଙ୍କ ଦାଦା ସାଗର ପଟେଲ ଆକାଶ ରହୁଥିବା ଘରକୁ ଆସିଥିଲେ । ଅଫିସକୁ ଫୋନ ନେବାକୁ ଅନୁମତି ନଥିବାରୁ ଆକାଶ ରହୁଥିବା ଘରେ ଫୋନ ଛାଡ଼ି ଚାଲି ଯାଇଥିଲେ । ଏ ସମୟରେ ଘରେ ଥିବା ଅଭିଯୁକ୍ତ ସାଗର ପଟେଲ ଆକାଶଙ୍କ ଫୋନ ବ୍ୟବହାର କରି ୧୩ହଜାର ଟଙ୍କାର ଅନ୍‌ଲାଇନ୍‌ ସପିଂ କରି ଦେଇଥିଲେ ବେୋଲି ଅଭିଯୋଗ କରିଛନ୍ତି ଆକାଶ ।

National Bank

ତାଙ୍କ କହିବା ଅନୁଯାୟୀ, ଆମେମାନେ କାମ କରୁଥିବା ଅଫିସରେ ଫୋନ ନେବାକୁ ଅନୁମତି ନଥିବାରୁ ଆମେ ସମସ୍ତେ ଫୋନ ରହୁଥିବା ଘରେ ଛାଡ଼ି ଚାଲି ଯାଇଥିଲୁ । ମୋ ଫୋନ୍‌ରେ ଲକ୍‌ ସିଷ୍ଟମ ନଥିବାରୁ ସେ ସହଜରେ ମୋ ଫୋନ ଖୋଲି ଡେବିଟ୍‌ କାର୍ଡର ବିବରଣୀ ବାହାର କରି ଦେଇଥିଲେ । ଏହା ପରେ ମୋବାଇଲ୍‌ ଫୋନକୁ ଆସିଥିବା ଓଟିପି ସାହାଯ୍ୟରେ ସେ ୧୩ହଜାର ଟଙ୍କା ଜିନିଷ କିଣି ଦେଇଥିଲେ । ୧୩, ୧୪ ଏବଂ ୧୬ ମାର୍ଚ୍ଚରେ ମୋ କାର୍ଡରୁ ସର୍ବୋମୋଟ୍‌ ୧୩, ୩୦୦ଟଙ୍କାର ଜିନିଷ କିଣିବା ସହ ସବୁଥର ଫୋନକୁ ଆସିଥିବା ମେସେଜ ହଟାଇ ଦେଇଥିଲେ । ମୁଁ ମୋ ଫୋନର ବ୍ୟାଟେରୀ ଚେକ୍‌ କରିବା ପାଇଁ ଖୋଲିବା ପରେ ସାଧାରଣ ସିମ୍‌ କାର୍ଡ ମାଇକ୍ରୋ ସିମ୍‌ କାର୍ଡରେ ବଦଳି ଯାଇଥିବା ଦେଖିଥିଲି । ସନ୍ଦେହ ହେବାରୁ ମୁଁ ବ୍ୟାଙ୍କ ଯାଇ ଚେକ୍‌ କରିବା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର