ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍‌ମେଲ କରିବା ସହ ଲୁଟୁଥିଲେ ଟଙ୍କା

ଅହମଦାବାଦ୍‌ : ଗୁଜୁରାଟର ଅହମଦାବାଦ୍‌ରୁ ପୁଲିସ ଜଣେ ଗୁଜୁରାଟୀ ଅଭିନେତ୍ରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିନେତ୍ରୀ ଜଣକ ନିଜ ଡ଼୍ୟାନ୍ସ ସୋ ଦେଖିବା ପାଇଁ ଲୋକମାନଙ୍କୁ ଡ଼ାକୁଥିବା ବେଳେ ସେମାନଙ୍କ ଆପତ୍ତିଜନକ ଭିଡ଼ିଓ ତିଆରି କରୁଥିଲେ । ପରେ ସେହି ଭିଡ଼ିଓକୁ ଦେଖାଇ ବ୍ଲାକ୍‌ମେଲ କରିବା ସହ ଟଙ୍କା ହଡ଼ପ କରୁଥିଲେ ବୋଲି ଅଭିଯୋଗ ହୋଇଛି । ଅଭିନେତ୍ରୀଙ୍କ ଏହି କାମରେ ତାଙ୍କୁ ଜଣେ ଯୁବକ ସହଯୋଗ କରୁଥିବା ବେଳେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି ।

LawRato.com

ସୂଚନା ମୁତାବକ, ଅଭିନେତ୍ରୀ ସଞ୍ଜନା ୨-୩ଟି ଗୁଜୁରାଟୀ ଆଲବମ୍‌ରେ କାମ କରିଥିବା ବେଳେ ପରେ ତାଙ୍କୁ ଫିଲ୍ମ ମିଳି ନଥିଲା । ତାଙ୍କ ସ୍ୱାମୀ ମଧ୍ୟ ବେକାର ହୋଇ ଘରେ ବସିଥିବାରୁ ସଞ୍ଜନା ସ୍ୱାମୀଙ୍କୁ ଛାଡ଼ି ସୈୟଦ ନାମକ ବ୍ୟକ୍ତିଙ୍କ ସହ ରହିବାକୁ ଲାଗିଥିଲେ । ପରେ ପରେ ଦୁହେଁ ପେଟ ପୋଷିବା ପାଇଁ ଲୋକମାନଙ୍କୁ ଲୁଟିବା ଆରମ୍ଭ କରିବା ସହ ଏକ ଡ଼ାନ୍ସ ବାର୍‌ ଖୋଲିଥିଲେ । ସେଠାକୁ ଆସୁଥିବା ଲୋକ ନିଶାଗ୍ରସ୍ତ ହେବା ପରେ ସୈୟଦ ସେମାନଙ୍କ ସହ ସଞ୍ଜନାଙ୍କ ଆପତ୍ତିଜନକ ଭିଡ଼ିଓ ତିଆରି କରୁଥିଲେ । ପରେ ସେହି ଭିଡ଼ିଓକୁ ବ୍ୟବହାର କରି ଦୁଇ ଜଣ ଲୋକମାନଙ୍କଠାରୁ ଟଙ୍କା ମାଗୁଥିଲେ । କେହି ପୁଲିସରେ ଅଭିଯୋଗ କରିବା ପାଇଁ କହିବା ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ସଞ୍ଜନା ସେମାନଙ୍କ ମୁହଁ ବନ୍ଦ କରି ନେଉଥିଲେ ।

ସମ୍ବନ୍ଧିତ ଖବର