ବିଦେଶରେ ପାଠ ପଢ଼ିବାର ନିଶା ଇଞ୍ଜିନିୟରିଂ ଛାତ୍ରଙ୍କୁ ବନାଇଲା ମଦ ବିକାଳି,ଟଙ୍କା ପାଇଁ ଘରକୁ ଘର ଯାଇ ମଦ ବିକୁଥିଲେ

ଗାନ୍ଧିନଗର : ବେଳେ ବେଳେ ବଡ଼ ସ୍ୱପ୍ନ ପୂରା କରିବାର ଇଚ୍ଛା ଲୋକମାନଙ୍କୁ ଅନ୍ଧାର ଭିତରକୁ ନେଇ ଯାଇଥାଏ । ନିଜର ସ୍ୱପ୍ନ ପୂରା କରିବା ପାଇଁ ନିଆ ଯାଇଥିବା ଗୋଟେ ଭଲ ପଦକ୍ଷପ ସବୁ କିଛି ଶେଷ କରି ଦେଇଥାଏ । ଗୁଜୁରାଟର ଜଣେ ଇଲେକ୍ଟ୍ରିକ୍‌ ଇଞ୍ଜିନିୟର କେତନ ଚୌହାନଙ୍କ ସହିତ କିଛି ସେଭଳି ଘଟିଥିବା ଜଣା ପଡ଼ିଛି । ବିଦେଶରେ ରହି ପାଠ ପଢ଼ିବାର ଇଚ୍ଛାକୁ ପୂରଣ କରିବାକୁ ଯାଇ ସେ ବନିଯାଇଛନ୍ତି ମଦ ବିକାଳି । ବାହାରେ ରହି ପାଠ ପଢ଼ିବା ପାଇଁ ଟଙ୍କା ନଥିବାରୁ ସେ କମ ସମୟ ମଧ୍ୟରେ କିପରି ଟଙ୍କା ଆୟ କରିବେ ତାହାର ବାଟ ତିଆରି କରିଥିଲେ । ଯାହା ତାଙ୍କୁ ଏଭଳି ଅପରାଧ କରିବାକୁ ବାଧ୍ୟ କରିଥିଲା । ଟଙ୍କା ଆୟ ପାଇଁ ସେ ଡ଼ାମନରୁ କମ ମୂଲ୍ୟରେ ମଦ କିଣି ଘରେ ଘରେ ପ୍ରତିଦିନ ମଦ ପିଉଥିବା ଲୋକଙ୍କୁ ନେଇ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ ।

Altcoin Today

ଏହି କାମ ସେ ନିଜର ସାଇକେଲ ମାଧ୍ୟମରେ କରୁଥିବାରୁ କେହି ତାଙ୍କୁ ସନ୍ଦେହ କରି ନଥିଲେ । ରହୁଥିବା ଘରୁ ସେ ଏହି ବ୍ୟବସାୟ କରୁଥିବା ବେଳେ ପୁଲିସକୁ ଏ ନେଇ ସୂଚନା ମିଳିଥିଲା । ସୂଚନା ପାଇଁ କେତନଙ୍କ ଘରେ ଚଢ଼ଉ ହେବା ପରେ ସତ ସାମ୍ନାକୁ ଆସିଥିଲା । ଚଢ଼ଉ ବେଳେ କେତନଙ୍କ ଘରୁ ୭୮ଟି ମଦ ବୋତଲ ଜବତ କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର