ଏହି ବ୍ୟକ୍ତି ୧,୨୬୪ଥର ପୁଲିସକୁ ଫୋନ୍‌ କରି ଅଶ୍ଳୀଳ ଭାଷାରେ ଦେଉଥିଲା ଗାଳି, କାରଣ ଜାଣନ୍ତୁ

ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦର ଭୋଇବାସରେ ବସବାସ କରୁଥିବା ଜଣେ ବ୍ୟକ୍ତି ପୁଲିସକୁ ୧,୨୬୪ରୁ ଊର୍ଧ୍ୱ ଥର ଫୋନ୍‌ କରି ଅଶ୍ଳୀଳ ଭାଷାରେ ଗାଳି ଦେଇଥିବାରୁ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଭୋଇବାସ ନିବାସୀ ୪୦ବର୍ଷୀୟ ଇଶ୍ୱର ଭାଇ ପାଖାପାଖି ୧,୨୬୪ଥର ପୁଲିସକୁ ଫୋନ୍‌ କରି ଗାଳିଗୁଲଜ କରିବା ସହିତ ଅଶ୍ଳୀଳ ଭାଷାର ମଧ୍ୟ ପ୍ରୟୋଗ କରିଥିଲା। ଇଶ୍ୱର କିଛିବର୍ଷ ପୂର୍ବେ ଏକ ଜମି ବିବାଦକୁ ନେଇ ପୁଲିସ ଦ୍ୱାରା ମାଡ ଖାଇବା ଘଟଣାକୁ ନେଇ ରାଗି ଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ସେ ଜରୁରୀକାଳିନ ନମ୍ବର ୧୦୮କୁ ବାରମ୍ବାର ଫୋନ୍‌ କରି ପୁଲିସକୁ ହଇରାଣ ହରକତ କରୁଥିଲା। ପୁଲିସ ଫୋନ୍‌ ଉଠାଇବା ମାତ୍ରେ ଇଶ୍ୱର ମନ ଇଚ୍ଛା ଗାଳି ଦେବା ଆରମ୍ଭ କରି ଦେଇଥାଏ। ଅଶ୍ଳୀଳ ଭାଷା ପ୍ରୟୋଗ କରିଥିବା ଅପରାଧରେ ନୋଏଡା ପୁଲିସ ଇଶ୍ୱରକୁ ଗିରଫ କରି ନେଇଥିଲା। ପରବର୍ତ୍ତୀ ସମୟରେ ବେଲ୍‌ରେ ସେ ଖଲାସ ହୋଇଥିଲା।

ଏହାପରେ ବି ସେ ନିଜର ଏଭଳି ସ୍ୱଭାବରୁ ମୁକୁଳି ପାରି ନଥିଲା। ସେ ପୂର୍ବ ଭଳି ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଗାଳିଗୁଲଜ କରୁଥିଲା। ଯଦି ଫୋନ୍‌ ଉଠାଉଥିବା ବ୍ୟକ୍ତି ମହିଳା ଥାଆନ୍ତି ସେ ଭଦ୍ର ଭାବେ କଥା ହୋଇ ଫୋନ୍‌ ରଖି ଦେଉଥିଲା। ଇଶ୍ୱରର ଏଭଳି କାର୍‌ନାମାରେ ପୁଲିସ ବ୍ୟସ୍ତ ହୋଇ କ୍ରାଇମ୍‌ ବ୍ରାଞ୍ଚ ସ୍ପେଶାଲ ଅପରେସନ୍‌ ଗ୍ରୁପ୍‌ରେ ଅଭିଯୋଗ କରିଥିଲେ। ଏହାପରେ ଫୋନ୍‌ର ଆଇଏମଇଆଇ ନମ୍ବର ବାହାର କରି ଇଶ୍ୱରକୁ ଗିରଫ କରାଯାଇଥିଲା। ଗିରଫ ହେବା ସମୟରେ ଇଶ୍ୱର କାନ୍ଦିବାକୁ ଲାଗିଥିଲା ଓ ପୁଲିସକୁ କ୍ଷମା ମାଗୁଥିଲା। ଖବର ମୁତାବକ, ଇଶ୍ୱରର ମାନସିକସ୍ଥିତ ଠିକ୍‌ ନଥିଲା।

ସମ୍ବନ୍ଧିତ ଖବର