ପତ୍ନୀଙ୍କ ଅଶ୍ଲୀଳ ଫଟୋ ତାଙ୍କ ବାପା-ଭାଇକୁ ଛାଡ଼ି ଗିରଫ ହେଲା ସ୍ୱାମୀ

ଅହମଦାବାଦ୍‌ : ଗୁଜୁରାଟର ଅହମଦାବାଦ୍‌ରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ସ୍ୱାମୀ ନିଜ ପତ୍ନୀର ଫଟୋ ପତ୍ନୀର ଭାଇ ଓ ବାପାଙ୍କୁ ପଠାଇବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୀଡ଼ିତାଙ୍କ ଭାଇ ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୁଲିସ । ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ନିଜ ପତ୍ନୀଙ୍କ ଫଟୋ ତାଙ୍କ ବାପା ଓ ଭାଇକୁ ପଠାଇବା ସହ ନିଜର ଜଣେ ବନ୍ଧୁଙ୍କୁ ମଧ୍ୟ ପଠାଇଥିଲେ । ପ୍ରାୟ ୭-୮ଟି ଫଟୋ ଅଭିଯୁକ୍ତ ପଠାଇଥିବା ବେଳେ ପୀଡ଼ିତାଙ୍କ ଭାଇ ତୁରନ୍ତ ଏ ନେଇ ପୁଲିସରେ ଯାଇ ଅଭିଯୋଗ କରିଥିଲେ ।

Image result for gujarat-man-sent-nude-pictures-of-wife-to-her-brother-and-father
Maharashtra Times

 

ସୂଚନା ମୁତାବକ, ଫେବୃଆରୀ ୬, ୨୦୧୮ରେ ପୀଡ଼ିତା ଦିବ୍ୟାଙ୍ଗ ପରମାରକୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ଅଭିଯୁକ୍ତ ପରମାର ଅନ୍ୟ ମହିଳାଙ୍କୁ ବିବାହ କରି ନେଇଥିଲେ । ଯାହା ପରେ ପରେ ପରମାରଙ୍କ ବିରୋଧରେ ଘରୋଇ ହିଂସାର ମାମଲା ରୁଜୁ କରିଥିଲେ ପୀଡ଼ିତା । ତେବେ ଅଭିଯୋଗ ହେବା ପରେ ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ଏଭଳି କରିଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର