ଅହମଦାବାଦ୍ : ଗୁଜୁରାଟର ସୁରଟ ସହରର ପୁଲିସ ଏବେ ଦୁଇ ନାବାଳକ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି । ଘରୁ ଚାଲି ଆସିଥିବା ଜଣେ ନାବାଳିକାକୁ ରେଳ ଷ୍ଟେସନରେ ଛାଡ଼ି ଦେବାକୁ କହି ତା’ ସହ ଗଣଦୁଷ୍କର୍ମ କରିବା ଭଳି ଅପରାଧ କରିଥିବାରୁ ପୁଲିସ ଏବେ ଦୁହିଁଙ୍କୁ ଖୋଜିବା ଆରମ୍ଭ କରିଛି । ପ୍ରଥମେ ପୀଡ଼ିତାଙ୍କ ପରିବାର ଲୋକେ ନିଖୋଜ ରିପୋର୍ଟ ଲେଖାଇଥିବା ବେଳେ ପରେ ସବୁ ଘଟଣା ଜାଣି ଏବେ ଗଣଦୁଷ୍କର୍ମର ରିପୋର୍ଟ ଲେଖାଇଛନ୍ତି ।

Advertisment

Minor boys gang-rape minor girl in Gujarat's Surat timesnownews.com

ପୁଲିସ ଦେଇଥିବା ସୂଚନା ମୁତାବକ, ୧୩ ବର୍ଷୀୟା ପୀଡ଼ିତା ବୁଧବାର ମୁମ୍ବାଇରେ ମଡେଲ ହେବାର ସ୍ବପ୍ନ ନେଇ ନିଜ ଘର ଛାଡ଼ି ଚାଲି ଆସିଥିଲେ। ରେଳ ଷ୍ଟେସନ ଆଡ଼କୁ ଯାଉଥିବା ବେଳେ ୧୫ଓ ୧୭ବର୍ଷୀୟ ଦୁଇ ନାବାଳକ ଆସି ରେଳ ଷ୍ଟେସନରେ ଛାଡ଼ିଦେବୁ ବୋଲି କହିଥିଲେ । ପୀଡ଼ିତା ସେମାନଙ୍କ ଉଦ୍ଦେଶ୍ୟ ନ ଜାଣି ପାରି ତାଙ୍କ କଥାରେ ହଁ ଭରିଥିଲେ । କିଛି ବାଟ ଯିବା ପରେ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ଏକ ଜନଶୂନ୍ୟ ସ୍ଥାନକୁ ନେଇଯିବା ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ଭଳି ଅପରାଧ କରିବା ପରେ ଅଭିଯୁକ୍ତମାନେ ରେଳ ଷ୍ଟେସନରୁ ୫କିଲୋମିଟର ଦୂରରେ ପୀଡ଼ିତାଙ୍କୁ ଏକ ଅଟୋ ଚାଳକଙ୍କ ହାତରେ ଦେଇ ସେଠାରୁ ଚାଲି ଯାଇଥିଲେ । କୁଆଡ଼େ ଯିବ ବୋଲି ଅଟୋ ଚାଳକ ପଚାରିବାରୁ ପୀଡ଼ିତା ମୁମ୍ବାଇ ଯାଇ ମଡେଲ ହେବା କଥା କହିଥିଲେ । ଏହା ପରେ ପୀଡ଼ିତାଙ୍କ ପରିସ୍ଥିତିର ଫାଇଦା ଉଠାଇ ଚାଳକଜଣଙ୍କ ରାତିରେ ମୁମ୍ବାଇକୁ ଟ୍ରେନ ନାହିଁ ବୋଲି କହି ପୀଡ଼ିତାଙ୍କୁ ନିଜ ଭଡ଼ା ଘରକୁ ‌ନେଇ ଯାଇଥିଲେ । ସେଠାରେ ସେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପରେ ଗୁରୁବାର ସକାଳେ ପୀଡ଼ିତାଙ୍କୁ ରାସ୍ତା କଡ଼ରେ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ପୀଡ଼ିତା ଅନେକ ଚେଷ୍ଟା ପରେ ନିଜ ମାତା-ପିତାଙ୍କ ସହ ସଂପର୍କ କରି ପୂରା ଘଟଣା ଜଣାଇଥିଲେ । ଯାହା ପରେ ପୀଡ଼ିତାଙ୍କ ପରିବାର ଲୋକେ ନିଖୋଜ ରିପୋର୍ଟକୁ ବଦଳାଇେ ଗଣଦୁଷ୍କର୍ମର ରିପୋର୍ଟ ଲେଖାଇଥିବା ଜଣାପଡ଼ିଛି । ଅଭିଯୋଗ ପାଇ ଏବେ ପୁଲିସ ୩ଜଣ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।