୧୪ ବର୍ଷ ତଳେ ଆତ୍ମହତ୍ୟା କରିଥିବା ମହିଳାଙ୍କୁ ଗିରଫ କଲା ପୁଲିସ୍‌! କାହା ମୃତଦେହକୁ ଦାହ କରିଥିଲେ ପରିବାର ଲୋକେ?

ଗାନ୍ଧୀନଗର: ଗୁଜୁରାଟର ପାଟନାଠାରେ ଥିବା ବଲଓ୍ଵା ଗ୍ରାମର ମହିଳା ଭିକିବେନ୍‌ ୧୪ ବର୍ଷ ତଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ନିକଟ ଅତୀତରେ ତାଙ୍କୁ ଅନ୍ୟ ଏକ ଗ୍ରାମରୁ ଗିରଫ କରାଯାଇଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଭିକିବେନ୍‌ ଆତ୍ମହତ୍ୟା କରିନଥିଲେ, ବରଂ ଆତ୍ମହତ୍ୟାର କାହାଣୀ ରଚି ନିଜ ପ୍ରେମିକଙ୍କ ସହ ଘରୁ ପଳାଇ ଯାଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୨୦୦୫ ମସିହା ଫେବ୍ରୁଆରି ୬ ତାରିଖରେ ଭିକିବେନ୍‌ ପ୍ରକାଶ ରାଥୋଡଙ୍କୁ ବିବାହ କରିଥିଲେ। ମାତ୍ର ବିବାହର କିଛି ବର୍ଷ ଭିତରେ ଭିକିବେନ୍‌ଙ୍କର ସେହି ଗ୍ରାମର ବିଜୁଭା ରାଥୋଡଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

ଭିକିବେନ୍‌ ବିବାହିତ ଓ ତାଙ୍କର ଜଣେ ପୁତ୍ର ସନ୍ତାନ ଥିବା ହେତୁ ସେ ରାଥୋଡ଼ଙ୍କୁ ସମାଜ ସ୍ୱୀକୃତିମତେ ବିବାହ କରିପାରିନଥାନ୍ତେ। ଫଳରେ ପ୍ରେମୀଯୁଗଳ ଘର ଛାଡ଼ି ଯବାର ଏକ ଯୋଜନା ଗଲେ।

Times of India

ଦିନେ ରାତିରେ ଭିକିବେନ୍‌ ସ୍ୱାମୀ ପ୍ରକାଶଙ୍କ ସହ ଝଗଡ଼ା କଲେ। ପ୍ରକାଶ ତାଙ୍କ ଉପରେ ବିରକ୍ତ ହେଲେ। ମାତ୍ର ହଠାତ ବିଳମ୍ବିତ ରାତିରେ ପ୍ରକାଶ ଦେଖନ୍ତି ଯେ ଭିକିବେନ୍‌ ଘରେ ନାହାନ୍ତି। ବହୁ ଖୋଜା ଖୋଜି କରିବା ପରେ ପ୍ରକାଶଙ୍କ ଘର ପଛରୁ ଏକ ମୃତ ଦେହ ମିଳିଲା। ଶରୀରଟି ଜଳି ପୋଡ଼ି ଯାଇଥିଲା। ଶରୀରରେ ଭିକିବେନ୍‌ଙ୍କ ପୋଷାକ ଥିଲା। ପରିବାର ଲୋକ ଉକ୍ତ ମୃତ ଶରୀରକୁ ଭିକିବେନ୍‌ଙ୍କର ବୋଲି ଧରି ନେଲେ। ମାତ୍ର ଏବେ ଜଣାପଡୁଛି ଯେ ଭିକିବେନ୍‌ ଓ ତାଙ୍କ ପ୍ରେମିକ ଜଣେ ଦିବ୍ୟାଙ୍ଗ ବାଳିକାକୁ ଅପହରଣ କରି ଜାଳି ଦେଇ ଏପରି କାହାଣୀ ରଚିଥିଲେ ଓ ସେଦୁହେଁ ଘର ଛାଡ଼ି ଯାଇ ଅନ୍ୟ ଏକ ସ୍ଥାନରେ ସାଥୀ ହୋଇ ରହୁଥିଲେ।

ପୁଲିସ୍‌ ଏବେ ଭିକିବେନ୍‌, ରାଥୋଡ଼ଙ୍କ ସମେତ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ କେତେ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର