ଗାନ୍ଧୀନଗର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଯାନବାହାନ ବାହକମାନେ ମୋଟା ଅଙ୍କର ଜରିମାନା ଦେଇଥିବା ଖବର ପ୍ରକାଶ ପାଇଛି। ଅନେକ ସ୍ଥାନରେ ଜରିମାନାକୁ ବିରୋଧ କରି ଗାଡ଼ି ଚାଳକ ହିଂସା ବି ସୃଷ୍ଟି କରିଛନ୍ତି। ଖାଲି ସେତିକି ନୁହେଁ, ଟ୍ରାଫିକ୍‌ ହାବୁଡ଼ରେ ପଡ଼ିବା ପରେ ହୃଦ୍‌ଘାତରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଉଦାହରଣ ବି ରହିଛି। ନିକଟରେ ପୁଣି ସେପରି ଏକ ଅନୁରୂପ ଘଟଣା ଘଟିଛି। ଜଣେ ରିକ୍ସା ଚାଳକଙ୍କର ଜରିମାନା ରାଶି ଦେବାର ସାମର୍ଥ୍ୟ ନଥିବାରୁ ସେ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

Advertisment

ଗୁଜୁରାଟର ଅହମ୍ମଦାବାଦ୍‌ରେ ଜଣେ ରିକ୍ସା ଚାଳକ ଉପରେ ୧୮ ହଜାର ଜରିମାନା କରିଥିଲା ଟ୍ରାଫିକ୍‌ ପୁଲିସ୍‌। ରିକ୍ସା ଚାଳକ ରାଜୁ ଜଣେ ବି.କମ୍‌ ଗ୍ରାଜୁଏଟ୍‌ ହେଲେ ବି ସେ ଚାକିରି ନପାଇବାରୁ ରିକ୍ସା ଟାଣି ପେଟ ପୋଷିବା ନିଷ୍ପତ୍ତି ନେଇଥିଲେ। ମାତ୍ର ଟ୍ରାଫିକ୍‌ ନିୟମ ଭଙ୍ଗ କରିବା ପରେ ଟ୍ରାଫିକ୍‌ ପୁଲିସ୍‌ ତାଙ୍କ ରିକ୍ସା ଜବତ କରିବା ସହ ୧୮ ହଜାର ଟଙ୍କା ଜରିମାନା ଲଗାଇଥିଲା। ଦାରିଦ୍ର୍ୟ ଅବସ୍ଥା ଉପରେ ଜରିମାନା ଦେବା କଥା ଚିନ୍ତା କରି ରାଜୁ ଫିନାଇଲ୍‌ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।