୨୦୦କୋଟିର ଟ୍ୟାକ୍ସ ଚୋରି ସନ୍ଦେହରେ ଅଟୋ ଚାଳକଙ୍କ ଘରେ ଛାପା ମାରିଲେ ଆୟକର ବିଭାଗ ଅଧିକାରୀ, ତା’ ପରେ…

ଭରୁଚ(ଗୁଜୁରାଟ): ଗୁଜୁରାଟର ଭରୁଚରେ ଜଣେ ଆଟୋ ଚାଳକଙ୍କ ଘରେ ଆୟକର ବିଭାଗ ଅଧିକାରୀ ଛାପା ମାରିଥିବା ଜଣା ପଡ଼ିଛି । ୨୦୦କୋଟିର ଟ୍ୟାକ୍ସ ଚୋରି ଅଭିଯୋଗରେ ଅଧିକାରୀମାନେ ଚାଳକ ସୁରେଶ ଗୋହିଲଙ୍କ ଘରେ ଛାପା ମାରିଥିଲେ ମଧ୍ୟ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି । ଏଭଳି ଅଭିଯୋଗ ଶୁଣି ସୁରେଶ କହିଛନ୍ତି, ମୋତେ ମୋ ଘର ଲୋକଙ୍କୁ ପାଳିବା ପାଇଁ ଟଙ୍କା ମିଳୁନାହିଁ । ବହୁତ କଷ୍ଟରେ ମୁଁ ଘର ଚଳାଉଛି । ଏଭଳି ପରିସ୍ଥିତିରେ ଆୟକର ବିଭାଗ ଅଧିକାରୀ କେଉଁ ୨୦୦କୋଟି ଟଙ୍କା ବିଷୟରେ କହୁଛନ୍ତି ତାହା ମୁଁ ଜାଣି ନାହିଁ ।

oneindia.com

ଛାପା ମାରିବାକୁ ନେଇ ଆୟକର ବିଭାଗ ଅଧିକାରୀଙ୍କୁ ପଚରାଯିବା ପରେ, ସୁରେଶ ଏକ କନ୍‌ସଲଟେଣ୍ଟ କମ୍ପାନିର ମାଲିକ । ତାଙ୍କ କମ୍ପାନିର ନାଁ ଅନ୍‌ଲାଇନ୍‌ ପଞ୍ଜିକରଣ ହୋଇଥିବା ବେଳେ କମ୍ପାନିଟି ଏ ପର୍ଯ୍ୟନ୍ତ ୨୦୦କୋଟି ଟଙ୍କାର ଟ୍ୟାକ୍ସ ଭରି ନଥିବା ଜଣା ପଡ଼ିଛି । କମ୍ପାନିର କାଗଜପତ୍ରରେ ସୁରେଶଙ୍କ ସମସ୍ତ ବିବରଣୀ ଥିଲା । ଯାହା ପରେ ଠିକଣା ନେଇ ଆୟକର ବିଭାଗ ଅଧିକାରୀ ତାଙ୍କ ଘରେ ଛାପା ମାରିଥିଲେ । କିନ୍ତୁ ଏବେ ତାଙ୍କ ଘରେ କିଛି ନ ମିଳିବାରୁ କିଏ ତାଙ୍କ ନାଁ ଓ ଠିକଣା ବ୍ୟବହାର କରି ଏଭଳି କରିଛି ତାହାର ତଦନ୍ତ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର