ବନ୍ଧୁକ ବେପାରୀ ଗିରଫ, ମାଉଜର୍ ଜବତ

ପୁରୁଣା ଭୁବନେଶ୍ବର: ରାଜଧାନୀରେ ବେଧଡ଼କ ଚାଲିଛି ବନ୍ଧୁକ ବେପାର। ଦୀର୍ଘ ଦିନ ପିଛା କରିବା ପରେ ଆଜି କୁଇକ୍‌ ଆକ୍ସନ ଟିମ୍‌ ଜଣେ ବେପାରୀକୁ ଧରିବାରେ ସକ୍ଷମ ହୋଇଛି। ବେପାରୀ ଜଣକ ଖୋର୍ଧା ଜଙ୍କିଆ ଥାନା ଅଧୀନ ସିକୋ ଗ୍ରାମର ଆଲୋକ ସାହୁ(୩୩) ବୋଲି ଜଣାପଡ଼ିଛି। ତା’ ଠାରୁ ଏକ ମାଉଜର୍‌ ଜବତ କରାଯାଇଛି। ସେମାନେ ସାମନ୍ତରାପୁର ନିକଟ କେନାଲ ନିକଟରେ ଗ୍ରାହକକୁ ଅପେକ୍ଷା କରିଥିବା ବେଳେ କୁଇକ୍ ଆକ୍ସନ୍ ଟିମ୍ ପହଞ୍ଚି ଚଢ଼ଉ କରିଥିଲା। ଧରପଗଡ଼ ବେ‌ଳେ ସହଯୋଗୀ ଫେରାର ହେବାକୁ ସକ୍ଷମ ହୋଇଥିଲା। ତେବେ ସହଯୋଗୀଙ୍କୁ ଖୋଜା ଚାଲିଛି ଖୁବ୍‌ଶୀଘ୍ର ତାକୁ ଧରାଯିବ ଡିସିପି ଅନୁପ ସାହୁ କହିଛନ୍ତି। ରାଜଧାନୀରେ ବନ୍ଧୁକ ବେପାର ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର