ଟୋଲ ମାଗିବାରୁ ମହିଳା କର୍ମଚାରୀଙ୍କୁ ମାଡ଼ ମାରିଲେ ଗାଡ଼ି ଚାଳକ, ସିସିଟିଭିରେ କଏଦ ହେଲା ଭିଡିଓ

ନୂଆଦିଲ୍ଲୀ: ଟୋଲଗେଟ୍‌ରେ ମାରପିଟ୍‌ ହେବା ଘଟଣା କିଛି ନୂଆ କଥା ନୁହେଁ । ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସି ସାରିଛି । ତେବେ ଟୋଲ ନ ଦେଇ ମହିଳାକର୍ମୀଙ୍କୁ ମାଡ଼ ମାରିବା ଘଟଣା ପ୍ରଥମ କରି ହରିୟାଣାରେ ଦେଖିବାକୁ ମିଳିଛି । ଯାହାର କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହୋଇଥିବା ଭିଡିଓରେ, ଏକ କଳା ରଙ୍ଗର ସ୍କର୍ପିଓ ଆସି ଗୁରୁଗ୍ରାମର ଖେଡ୍‌କିଦୌଲା ଟୋଲ ପ୍ଲାଜାରେ ପହଞ୍ଚୁଛି । ଏହି ସମୟରେ ଭିତରେ ବସିଥିବା ମହିଳାକର୍ମୀ ତାଙ୍କୁ ଟୋଲ ମାଗୁଥିବା ଦେଖା ଯାଇଛି । ଏହା ପରେ ଟଙ୍କାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହେବା ସହ କାର୍‌ ଚାଳକ ବାହାରକୁ ଆସି ମହିଳାଙ୍କ ସହ ଅସଦାଚରଣ କରୁଛନ୍ତି । ଦେଖୁ ଦେଖୁ ଚାଳକଜଣଙ୍କ ମହିଳାକର୍ମୀଙ୍କୁ ମାଡ଼ ମାରିବା ଆରମ୍ଭ କରୁଛନ୍ତି । ଆଉ ଜଣେ ଯୁବକ ଆସି ମାଡ଼ ମାରୁଥିବା ଚାଳକକୁ ଟାଣି ନେଉଥିବା ବେଳେ ମହିଳାକର୍ମୀଙ୍କ ନାକରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି । ଏହି ମାମଲାକୁ ନେଇ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର