ନୂଆଦିଲ୍ଲୀ: ଜଜଙ୍କ ସ୍ତ୍ରୀ ଓ ପୁଅଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ପୁଲିସ ଅଭିଯୁକ୍ତ ସୁରକ୍ଷା ଗାର୍ଡ ମହୀପାଳ ଯାଦବକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ରିପୋର୍ଟ ଅନୁସାରେ ୪୦ ବର୍ଷିଅ ମହିପାଳ ଦେଢ଼ ବର୍ଷ ପୂର୍ବରୁ ଜଜ କୃଷ୍ଣକାନ୍ତଙ୍କ ସୁରକ୍ଷା ଗାର୍ଡ ଭାବରେ ମୁତୟନ ହୋଇଥିଲା। ସେ ହିନ୍ଦୁ ଧର୍ମ ପରିତ୍ୟାଗ କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲା। କୁହାଯାଉଛି ଯେ, ଧାର୍ମିକ ପ୍ରସଙ୍ଗକୁ ନେଇ ଜଜଙ୍କ ସ୍ତ୍ରୀ ରିତୁଙ୍କ ସହିତ ମହିପାଳଙ୍କ ଯୁକ୍ତିତର୍କ ହୋଇଥିଲା। ମହିପାଳ ପୁଲିସକୁ କହିଥିଲା ଯେ, ଧର୍ମ ପରିବର୍ତ୍ତନକୁ ନେଇ ଜଜଙ୍କ ସ୍ତ୍ରୀ ତାଙ୍କୁ ବହୁ କଥା କହୁଥିଲେ।
/sambad/media/post_attachments/wp-content/uploads/2018/10/murder1-300x207.jpg)
ଜାତୀୟ ଗଣମାଧ୍ୟମକୁ ଡିସିପି ସୁଲୋଚନା ଗଜରାଜ କହିଛନ୍ତି, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, ଅଭିଯୁକ୍ତ ଜଜଙ୍କ ସ୍ତ୍ରୀ ଓ ପୁଅକୁ ଗୁଳିକରିଛି। ସେ କହିଛନ୍ତି, ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ଓ ଘଟଣାର ଯାଞ୍ଚ ହେବ। ମାମଲାକୁ ଗମ୍ଭୀରତାର ସହିତ ନେଇ ହରିଆଣା ପୁଲିସ ତଦନ୍ତ ପାଇଁ ଏସଆଇଟି ଗଠନ କରିଛି। ଡିସିପି ସୁଲୋଚନାଙ୍କ ନେତୃତ୍ୱରେ ଏସଆଇଟିରେ ଡିସିପି, ୨ ଏସ୍ପି ଓ ୪ ଇନସ୍ପେକ୍ଟର ସାମିଲ ଅଛନ୍ତି।
/sambad/media/post_attachments/wp-content/uploads/2018/10/murder2-300x194.jpg)
ସୂଚନାଯୋଗ୍ୟ ଗୁରୁଗ୍ରାମରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୃଷ୍ଣକାନ୍ତଙ୍କ ସ୍ତ୍ରୀ ଓ ପୁଅକୁ ତା’ର ସୁରକ୍ଷା ଗାର୍ଡ ଶନିବାର ସ୍ପଷ୍ଟ ଦିବାଲୋକରେ ଗୁଳି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଜଙ୍କ ସ୍ତ୍ରୀ ରିତୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଧ୍ରୁବ ଜୀବନ ଫେରି ପାଇବାକୁ ସଂଘର୍ଷ କରୁଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେଉଁ ସମୟରେ ଗୁଳିକାଣ୍ଡ ହୋଇଥିଲା, ଘଟଣାସ୍ଥଳରେ ପ୍ରାୟ ୪୦ ଜଣ ଲୋକ ଉପସ୍ଥିତ ଥିଲେ କିନ୍ତୁ କେହି ବି ଜଣେ ପୀଡ଼ିତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ନଥିଲେ। କାରଣ କିଛି ଲୋକ ଭୟଭୀତ ହୋଇ ଯାଇଥିଲେ। କିଛି ଲୋକ ଭାବିଥିଲେ ଯେ, ପୁଲିସ କର୍ମଚାରୀମାନେ କୌଣସି ଚୋରୀ ଘଟଣାର କାର୍ଯ୍ୟାନୁଷ୍ଠାନ କରିବାକୁ ଆସିଥିଲେ। ଜଣେ ପ୍ରତକ୍ଷଦର୍ଶୀ କହିଛନ୍ତି, ପୁଲିସ କର୍ମଚାରୀମାନେ ଉତ୍ତେଜିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/murder-1.jpg)