ଏହା ସବୁ ଘରେ ସବୁ ବାପ-ଝିଅଙ୍କ ମଧ୍ୟରେ ହୁଏ ବୋଲି କହି ୬ମାସ ପର୍ଯ୍ୟନ୍ତ ନାବାଳିକା ଝିଅ ସହ ଦୁଷ୍କର୍ମ କରୁଥିଲା ବାପା

ଗୁରୁଗ୍ରାମ: ସଂପ୍ରତି ମହାମାରୀ ପରି ବ୍ୟାପି ଚାଲିଥିବା ଦୁଷ୍କର୍ମ ଘଟଣା ସବୁ ଏବେ ଲୋକମାନଙ୍କୁ ଏହା ଉପରେ ଗମ୍ଭୀରତାର ସହ ଭାବିବା ପାଇଁ ବାଧ୍ୟ କରୁଥିବା ବେଳେ ଗୁରୁଗ୍ରାମରେ ଘଟିଥିବା ପୁଣି ଏକ ଜଘନ୍ୟ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଜଣେ ବାପା ହୋଇ ମଧ୍ୟ ନିଜ ଝିଅ ସହ ଥିବା ପବିତ୍ର ସଂପର୍କକୁ ଭୁଲି ଯାଇ ସାଜିଛି ଝିଅର ଦୁଷ୍କର୍ମକାରୀ । ନାବାଳିକା ଝିଅ ସହ ଗାଁରେ ଥିବା ଏକ ଫ୍ୟାକ୍ଟ୍ରିରେ ୬ମାସ ପର୍ଯ୍ୟନ୍ତ ଦୁଷ୍କର୍ମ କରି ଆସୁଥିବା ବାପା, ବାପ-ଝିଅ ମଧ୍ୟରେ ଏହା ଅତି ସାଧାରଣ ବୋଲି ନିଜ ଝିଅକୁ ବୁଝାଇ ତା’ ସହ ଏପରି ଜଘନ୍ୟ ଅପରାଧ କରିଥିବା ସୂଚନା ମିଳିଛି । ଏପରି କରିବାରେ କୌଣସି ଅପରାଧ ନାହିଁ ବୋଲି ଅଭିଯୁକ୍ତ ବାପା ପୀଡ଼ିତାଙ୍କୁ କହିବା ସହ ତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୀଡ଼ିତାଙ୍କ ସାବତ ମା’ ପୁଲିସରେ ଯାଇ ଏତଲା ଦେଇଥିଲେ । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଥିବା ଜଣା ପଡ଼ିଛି ।

Hindustan Times

ସୂଚନା ମୁତାବକ,ଗୁରୁଗ୍ରାମର ଏକ ଫ୍ୟାକ୍ଟ୍ରିରେ କାମ କରିବା ସହ ସେହି ପାଖରେ ଥିବା ଘରେ ନିଜ ଦ୍ୱିତୀୟ ସ୍ତ୍ରୀ ଏବଂ ୪ଜଣ ପିଲାଙ୍କୁ ନେଇ ରହୁଥିଲା ଅଭିଯୁକ୍ତ । ପ୍ରଥମ ସ୍ତ୍ରୀ ମୃତ୍ୟୁବରଣ କରି ସାରିଥିବାରୁ ପ୍ରଥମ ସ୍ତ୍ରୀ ଠାରୁ ଜନ୍ମ ନେଇଥିବା ଝିଅ ଅଭିଯୁକ୍ତ ସହ ରହି ଆସୁଥିଲେ । ଯାହାର ଫାଇଦା ଉଠାଇଥିଲା ଅଭିଯୁକ୍ତ ବାପା । ବାପ-ଝିଅଙ୍କ ମଧ୍ୟରେ ଏଭଳି ସଂପର୍କ ସବୁ ଘରେ ରହିଥାଏ ବୋଲି କହି ୬ମାସ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିଲା ବାପା । ଏନେଇ ପୀଡ଼ିତା ଜଣଙ୍କ ନିଜ ସାବତ ମା’ଙ୍କୁ ଜଣାଇବା ପରେ ସେ ପ୍ରଥମେ ବିଶ୍ୱାସ କରି ନଥିଲେ । କିନ୍ତୁ ପରେ ସତ୍ୟତା ଜାଣିବା ପାଇଁ ଶୁକ୍ରବାର କାମରୁ ଶୀଘ୍ର ଘରକୁ ଫେରିବା ପରେ ସବୁ ସତ ତାଙ୍କ ସାମ୍ନାକୁ ଆସି ଯାଇଥିଲା । ଗୋଟେ ବାପ ଏପରି କରୁଥିବା ଦେଖି ତୁରନ୍ତ ଯାଇ ପୁଲିସରେ ଏତଲା ଦେଇଥିଲେ ସାବତ ମା’ । ଯାହା ପରେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର