ନୂଆଦିଲ୍ଲୀ: ଦିଲ୍ଲୀକୁ ଲାଗିଥିବା ଗୁରୁଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ଯୁବକମାନଙ୍କୁ ଡେଟିଂ ଆପ ଜରିଆରେ ପ୍ରଥମେ ନିଜ ପ୍ରେମ ଜାଲରେ ଫସାଇ ଥାଆନ୍ତି। ତା’ପରେ ଯୁବକମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖି ବ୍ଲାକ ମେଲ କରିବା ଆରମ୍ଭ କରି ଦେଇଥାଆନ୍ତି। ଏଥିସହିତ ଯୁବକମାନଙ୍କୁ ପୁଲିସରେ ନକଲି ଅଭିଯୋଗ କରିବା ଭୟ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥାଆନ୍ତି। ପୁଲିସ ଏହି ଘଟଣାରେ ଜଣେ ୨୦ବର୍ଷୀୟ ଯୁବତୀଙ୍କୁ ଗିରଫ କରିଛି। ଏହି ପୂରା ଘଟଣାରେ ଯୁବତୀଙ୍କ ସହିତ ତାଙ୍କ ମା’ ସାମିଲ ଥିବା ଜଣାପଡ଼ିଛି। ବହରହାଲ ପୁଲିସ ଘଟଣାର ତଦନ୍ତ କରୁଛି। ଗୁରୁଗ୍ରାମ ଏସିପି କ୍ରାଇମ ପ୍ରୀତପାଲ ସିଂହ ଏହି ଘଟଣାର ସୂଚନା ଦେଇଥିଲେ।
ଯୁବତୀଙ୍କ ଜାଲରେ ଫଶିଥିବା ପୀଡିତଙ୍କ କହିବାନୁସାରେ, ଅଗଷ୍ଟ ୨୦ ତାରିଖରେ ସେ ଡେଟିଂ ଆପ ଜରିଆରେ ଯୁବତୀଙ୍କୁ ଭେଟିଥିଲେ। ଯୁବତୀ ଜଣକ ମିଠାମିଠା କଥା କହି ତାଙ୍କ ଜାଲରେ ଫସାଇ ଥିଲେ। ଏହାପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଆଉ ଅଗଷ୍ଟ ୨୩ରେ ଯୁବତୀ ଜଣକ ଯୁବକଙ୍କୁ ବିବାହ କରିଥିଲେ।

କେବଳ ଏତିକି ନୁହେଁ, ଉକ୍ତ ଯୁବତୀ ଜଣକ ଅନେକ ଯୁବକଙ୍କୁ ନିଜ ଜାଲରେ ଫଶାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଆଉ ତା’ପରେ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ।
ପୁଲିସ ରେକର୍ଡ ଅନୁସାରେ, ଯୁବତୀ ବର୍ଷକ ମଧ୍ୟରେ ପାଖାପାଖି ୭ଜଣଙ୍କ ବିରୋଧରେ ରାଜେନ୍ଦା ପାର୍କ, ନ୍ୟୁ କଲୋନି, ଥାନା ସହର, ଥାଦା ସଦର, ସେକ୍ଟେର ୧୦, ସିଭିଲ ଲାଇନ୍ସ, ଡିଏଲଏଫ ଫେଜ-୧ ଓ ସାଇବର କ୍ରାଇମ ପୁଲିସ ଷ୍ଟେସନରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା କି ଏସବୁ ଦୁଷ୍କର୍ମ ମାମଲା ନକଲି ଥିଲା। ସମସ୍ତ ଯୁବକଙ୍କୁ ଯୁବତୀ ବାଧ୍ୟ କରିଥିଲେ ଶାରୀରିକ ସମ୍ପର୍କ ରଖିବାକୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Untitled-1-copy-53.jpg)