ହନିଟ୍ରାପ ଓ ଆପତ୍ତିଜନକ ଭିଡିଓ କରିଥିବା ମାମଲାରେ ଫସିଥିବା ମହିଳା ୟୁଟ୍ୟୁବର ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ୟୁଟ୍ୟୁବର ହନିଟ୍ରାପ୍ ମାଧ୍ୟମରେ ଜଣେ ଘରୋଇ କମ୍ପାନି ମାଲିକଙ୍କୁ ପ୍ରେମ ଜାଲରେ ଫସାଇ ୮୦ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଗୁରୁଗ୍ରାମ୍ ପୁଲିସ ଗତ ସୋମବାର ବିଳମ୍ବିତ ରାତିରେ ୟୁଟ୍ୟୁବରଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ଗିରଫ ୟୁଟ୍ୟୁବରଙ୍କ ନାମ ୨୨ବର୍ଷୀୟ ନାମରା କାଦିର ବୋଲି ଜଣାପଡ଼ିଛି।

ଗୁରୁଗ୍ରାମରେ ନାମରା ଓ ତାଙ୍କ ସ୍ବାମୀଙ୍କ ବି‌ରୋଧରେ ଜଣେ ବ୍ୟବସାୟୀ ମାମଲା ରୁଜୁ କରିଥିଲେ। ଯେଉଁଥିରେ ସେ ଅଭିଯୋଗ କରିଥିଲେ କି, ତାଙ୍କୁ ହନିଟ୍ରାପରେ ଫସା ଯାଇଛି, ଆପତ୍ତିଜନକ ଫଟୋ ଉଠାଇ, ଭିଡିଓ କରି ତାଙ୍କୁ ବ୍ଲାକମେଲ କରାଯାଉଛି। ଏଥିସହିତ ତାଙ୍କ ଠାରୁ ୮୦ଲକ୍ଷ ଟଙ୍କା ବି ଲୁଟି ନିଆଯାଇଛି। ନିକଟରେ ନାମରା ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ନିଜ ସଫେଇ ଦେଇଛନ୍ତି।

ନାମରା କାଦିରଙ୍କ ୟୁଟ୍ୟୁବରେ ୬ଲକ୍ଷରୁ ଅଧିକ ସବସ୍କ୍ରାଇବର ରହିଛନ୍ତି। ଇନଷ୍ଟାଗ୍ରାମରେ ୨ଲକ୍ଷରୁ ଅଧିକ ଫଲୋୟର ରହିଛନ୍ତି। ନାମରା ସୋସିଆଲ ମିଡିଆର ସୁପର ଷ୍ଟାର ଥିବା ବେଳେ ଏବେ ତାଙ୍କ ମହଜୁଦ ଠିକଣା ଗୁରୁଗ୍ରାମ ପୁଲିସ ଥାନା।

ସୋସିଆଲ ମିଡିଆରେ ନାମରା ନିଜ ସଫେଇରେ କହିଛନ୍ତି, ଦିନେଶ ଯାଦବ ମୋ ଉପରେ ଅଭିଯୋଗ ଆଣିଛନ୍ତି କି, ମୁଁ ତାଙ୍କ ଠାରୁ ୭୦ରୁ ୮୦ଲକ୍ଷ ଟଙ୍କା ନେଇଯାଇଛି। ଧମକ ଦେଇ ତାଙ୍କୁ ପ୍ରେମ ଜାଲରେ ଫସାଇଛି।

ପ୍ରଥମ କଥା ହେଉଛି, ସେ ମୋତେ ଗୋଟିଏ ବି ଟଙ୍କା ଦେଇ ନାହାନ୍ତି। ସେ ଯେତେ ବି ଟଙ୍କା ଦେଇଛନ୍ତି, ମୋର କାମକୁ ଦେଖି ଦେଇଛନ୍ତି। ୨୦୨୧ ଡିସେମ୍ବର ୨ ତାରିଖରେ ଦିନେଶ ନିଜେ ମୋତେ ପିକ କରିବାକୁ ଆସିଥିଲେ। ଆଉ ମୋତେ ତାଙ୍କ କଥା‌ରେ ରାଜି କରିବାକୁ ବହୁତ ଚେଷ୍ଟା କରିଥିଲେ। ଏଥିପାଇଁ ସେ ବହୁତ ଟଙ୍କା ବି ଖର୍ଚ୍ଚ କରିଥିଲେ। ଯେମିତି ଦେଖିଲେ ମୁଁ ତାଙ୍କ କଥାରେ ରାଜି ହେଉନାହିଁ, ସେ ମୋର ନାମରେ ଏଭଳି ମିଥ୍ୟା ଅଭିଯୋଗ ଲଦି ଦେଲେ।’

ସମ୍ବନ୍ଧିତ ଖବର