ଗୃହ ସହାୟିକାଙ୍କୁ ନିର୍ଯାତନା ଦେଇ ଚାକିରିରୁ ତଡ଼ା ଖାଇଲେ ଗୁରୁଗ୍ରାମ ଦମ୍ପତି

ଗୁରୁଗ୍ରାମ: ନିଜ ଗୃହ ସହାୟିକ‌ାଙ୍କୁ ନିର୍ଯାତନା ଦେଇ ଚାକିରିରୁ ବାହାରିବା ସହ ଗିରଫ ହୋଇଛନ୍ତି ଗୁରୁଗ୍ରାମର ଏକ ଦମ୍ପତି। ଏହି ଦମ୍ପତି ହେଉଛନ୍ତି ମନୀଷ ଖଟ୍ଟର ଏବଂ କମଲଜୀତ କୌର୍‌। ଦମ୍ପତି ସେମାନଙ୍କ ନାବାଳିକା ଗୃହ ସହାୟିକାଙ୍କୁ ଶାରୀରିକ ଓ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆସିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ନାବାଳିକା ଜଣକ ଜଣେ ସ୍ଥାନୀୟ ସମାଜ‌ସେବୀଙ୍କ ସହଯୋଗରେ ଦମ୍ପତିଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ସେ ସେମାନଙ୍କ ଘରେ ଗତ ୫ ମାସ ହେବ ମାଡ଼ଗାଳି ସହ ‌‌ଯୌନ ନିର୍ଯାତନା ସହ୍ୟ କରି ଆସୁଥିଲେ।

ଗୃହ ସହାୟିକଙ୍କୁ ନିର୍ଯାତନା ଦେଉଥିବା ମହିଳା ଜଣକ ଏକ ପବ୍ଲିକ୍‌ ରିଲେସନ୍‌ ଏଜେନ୍ସିରେ କାମ କରୁଥିବା ବେଳେ ତାଙ୍କ ସ୍ବାମୀ ଏକ ବୀମା କମ୍ପାନିରେ କାମ କରୁଥିଲେ। ସେମାନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେମାନଙ୍କୁ ଚାକିରିରୁ ବାହାର କରି ଦିଆଯିବା କଥା ଟ୍ବିଟର୍‌ରେ ପ୍ରକାଶ ପାଇଛି।

 

ପବ୍ଲିକ୍‌ ରିଲେସନ୍‌ ଏଜେନ୍ସି ମିଡିଆ ମନ୍ତ୍ର ଏକ ଟ୍ବିଟ୍‌ କରି ଲେଖିଛି, ‘କମଲଜୀତ କୌର୍‌ଙ୍କ ବିରୋଧରେ ମାନବିକ ଅଧିକାର ତଥା ଶିଶୁ ନିର୍ଯାତନା ଅଭିଯୋଗ ବିଷୟରେ ଜାଣି ଆମେ ଆଶ୍ଚର୍ଯ୍ୟ ହେଲୁ। ଏକ ସଂସ୍ଥା ହିସାବରେ ଆମେ ଭାରତୀୟ ଆଇନ୍‌ ବ୍ୟବସ୍ଥାକୁ ସମ୍ମାନ ଦେଇ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। କମ୍ପାନି ତୁରନ୍ତ ତାଙ୍କୁ କା‌ର୍ଯ୍ୟରୁ ବାହାର କରୁଛି।’

ସେହିପରି ମନୀଷ ଖଟ୍ଟର କାର୍ଯ୍ୟରତ ଥିବା ବୀମା କମ୍ପାନି ଏକ ଟ୍ବିଟ୍‌ କରି ଲେଖିଛି, ‘ଆମେ ଉଚ୍ଚସ୍ତରର ନୈତିକତାକୁ ସମର୍ଥନ କରୁ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନୀଷଙ୍କୁ ଆମ କମ୍ପାନିରୁ ବାହାରି କରୁଛୁ।’

ସମ୍ବନ୍ଧିତ ଖବର