ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ଜଣେ ଯୁବକଙ୍କ ଲାଇଭ୍ ଆତ୍ମହତ୍ୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବକଙ୍କ ଏପରି କରିବା ପଛରେ ପ୍ରକୃତ କାରଣ ଜଣା ପଡ଼ି ନଥିବା ବେଳେ ଏ ନେଇ ପୁଲିସ ଆଗରେ ମଧ୍ୟ କୌଣସି ଅଭିଯୋଗ କରାଯାଇ ନଥିବା ଜଣାପଡ଼ିଛି । ଏହା ସହ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ତାଙ୍କର ଅନ୍ତିମ ସଂସ୍କାର କରି ସାରିଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ସେ ଏପରି କରିଛନ୍ତି ବୋଲି ଜଣା ପଡ଼ିବା ସହ ଏହି କାରଣ ପାଇଁ ପରିବାର ଲୋକ ପୁଲିସରେ ଅଭିଯୋଗ କରି ନଥିବା ସୂଚନା ମିଳିଛି ।
Forensic Outreachଅମିତ୍ ଚୌହାନ୍ ନାମକ ଜଣେ ଯୁବକ ସୋମବାର ସଂନ୍ଧ୍ୟା ସମୟରେ ଫେସବୁକରେ ଲାଇଭ୍ କରିବା ଆରମ୍ଭ କରିଥିଲେ । ଏହି ଭିଡ଼ିଓରେ ସେ କମ୍ବଳକୁ ଧରି ଆତ୍ମହତ୍ୟାର ପ୍ରସ୍ତୁତି କରୁଥିବା ଦେଖା ଯାଇଥିଲା । ଏହାକୁ ଦେଖି ତାଙ୍କ ସାଙ୍ଗମାନେ ଥଟ୍ଟା କରିବାକୁ ଲାଗିଥିଲେ । ଠିକ୍ ସେହି ସମୟରେ ଲାଇଭ୍ ଭିଡ଼ିଓ ବନ୍ଦ ହୋଇଯାଇଥିଲା । ବନ୍ଦ ହେବାର କିଛି ସମୟ ପରେ ଅମିତ୍ ପୁଣି ଥରେ ଲାଇଭ୍ ଆରମ୍ଭ କରିବା ସହ କେହି କିଛି ଭାବିବା ପୂର୍ବରୁ ପଙ୍ଖାରେ ଝୁଲି ପଡ଼ିଥିଲେ । ଏହି ଦୃଶ୍ୟ ଲାଇଭ୍ ଘଟୁଥିବା ବେଳେ ଏହାକୁ ଦେଖି ସମସ୍ତଙ୍କ ହୋସ ଉଡ଼ି ଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/live_fansi_suicide_1533028389_618x347.jpeg)