୩ମାସ ହେଲା ଦରମା ଦେଇ ନଥିଲେ, ମାଗିବାରୁ କର୍ମଚାରୀକୁ ହତ୍ୟା କଲା ମାଲିକ

ଗୁରୁଗ୍ରାମ : ଶନିବାର ଗୁରୁଗ୍ରାମରେ ରହୁଥିବା ଜଣେ ମାଲିକ ନିଜ କର୍ମଚାରୀକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତ ପୀଡ଼ିତକୁ ୩ମାସ ହେଲା ଦରମା ଦେଉ ନଥିଲା ମାଲିକ । ଦରମା ନେଇ ଘରକୁ ବୁଲି ଯିବା କଥା କହିବା ପରେ ରାଗରେ ଅଭିଯୁକ୍ତ ମାଲିକ ପୀଡ଼ିତଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି । ପୀଡ଼ିତଙ୍କ ନାଁ ରୋଶନ ବୋଲି ଜଣା ପଡ଼ିଥିବା ବେଳେ ସେ ଗୁରୁଗ୍ରାମର ସେକ୍ଟର-୫୭ରେ ଅଭିଯୁକ୍ତ କରିଥିବା ଏକ ଫଳ ଓ ପନିପରିବା ଦୋକାନରେ କାମ କରୁଥିଲେ । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତ ବିରୋଧରେ ଏତଲା ଲେଖି ଛାନ୍‌ଭିନ ଆରମ୍ଭ କରିଛି ।

Image result for murder
WOAI

ସୂଚନା ମୁତାବକ, ରୋଶନ ୧୫,୦୦୦ଟଙ୍କାରେ ଅଭିଯୁକ୍ତଙ୍କ ପାଖରେ କାମ କରୁଥିଲେ । କିଛି ମାସ ହେଲା ଘରକୁ ଯାଇ ନଥିବାରୁ ସେ ନିଜ ମାଲିକଙ୍କୁ ୩ମାସର ଦରମା ମାଗିଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ନିଜ ମାଲିକଙ୍କୁ ବାରମ୍ବାର ଟଙ୍କା ମାଗି ଚାଲିଥିଲେ । ଶନିବାର ରାତିରେ ରୋଶନ ପୁଣି ଯାଇ ନିଜ ମାଲିକଙ୍କୁ ଦରମା ମାଗିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଏହା ପରେ ରାଗରେ ଅଭିଯୁକ୍ତ ରୋଶନଙ୍କ ଗଳା କାଟି ହତ୍ୟା କରିଥିଲେ । ପରେ ଗିରଫ ହେବା ଡ଼ରରେ ସେ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର