ୟୁନିଭର୍ସିଟିରେ ଘଣ୍ଟା ଘଣ୍ଟା ଧରି ପର୍ଣ୍ଣ ଦେଖିବା ମହିଳା ଓ ପୁରୁଷ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଲା

ଭୋପାଳ: ମଧ୍ୟପ୍ରଦେଶର ଗ୍ବାଲିୟରସ୍ଥିତ ଜିୱାଜୀ ବିଶ୍ବବିଦ୍ୟାଳୟର ୬ଜଣ କର୍ମଚାରୀଙ୍କୁ ପର୍ଣ୍ଣ ଦେଖିବା ମହଙ୍ଗା ପଡ଼ିଛି। ଏଥିପାଇଁ ୫ଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯିବା ସହିତ ଜଣଙ୍କୁ ନୋଟିସ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଗ୍ବାଲିୟରସ୍ଥିତ ଜିୱାଜୀ ବିଶ୍ବବିଦ୍ୟାଳୟର ଅଲଗା-ଅଲଗା ବିଭାଗର ପାଖାପାଖି ୭ରୁ ୮କର୍ମଚାରୀ ଗୋଟିଏ ମାସରେ ଅଫିସ କମ୍ପ୍ୟୁଟରରେ ୧୨୫୬ମିନିଟର ପର୍ଣ୍ଣ ୱେବସାଇଟ ଦେଖିଥିଲେ। ଏହି କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ମହିଳା କର୍ମଚାରୀ ବି ରହିଛନ୍ତି।

ପର୍ଣ୍ଣ ୱେବସାଇଟ ଦେଖିବା ତାଲିକାରେ ରେଗୁଲାର ଓ ଆଉଟସୋର୍ସ କର୍ମଚାରୀ ସାମିଲ ଅଛନ୍ତି। ବିଶ୍ବବିଦ୍ୟାଳୟ ପରିଚାଳକଙ୍କୁ ଏହି ଘଟଣା ସମ୍ପର୍କରେ ଖବର ମିଳିବା ପରେ କୁଳପତି କମିଟି ଗଠନ କରିଥିଲେ। ଏହି କମିଟି ଯାଞ୍ଚ କରି ଘଟଣାଟି ବାସ୍ତବରେ ଘଟିଛି ବୋଲି ଜାଣିବାକୁ ପାଇଥିଲେ।

पोर्न देखते थे महिला-पुरुष स्टाफ

କର୍ମଚାରୀମାନେ ବିଶ୍ବବିଦ୍ୟାଳୟର ନେଟୱାର୍କ ବ୍ୟବହାର କରି ପର୍ଣ୍ଣ ସାଇଟ ଭିଡିଓ ଦେଖିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ୪ ଜଣ ସେବା ପ୍ରଦାନକାରୀ କର୍ମଚାରୀ ଓ ଜଣେ ଗେଷ୍ଟ ଫ୍ୟାକଲ୍ଟିଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏଥିସହିତ ସେମାନଙ୍କର ଜଣେ ସାଥୀ କର୍ମଚାରୀଙ୍କୁ କାରଣ ଦର୍ଶା ନୋଟିସ ଜାରି କରାଯାଇଛି। ‌ଯେଉଁ ଆଠଟି ୟୁଜର ଆଇଡିରୁ ପର୍ଣ୍ଣ ଦେଖାଯାଇଛି ସେଥିମଧ୍ୟରୁ ୨ଜଣ କର୍ମଚାରୀଙ୍କ ବୟସ ୫୮ବର୍ଷ ପାଖାପାଖି ରହିଛି।

ଗ୍ବାଲିୟରରେ ପାଖାପାଖି ଦୁଇବର୍ଷ ପୂର୍ବରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଯେତେବେଳେ ଗ୍ବାଲିୟର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦ୍ବାରା ପର୍ଣ୍ଣ ଦେଖିବା ଘଟଣା ଜଣାପଡ଼ିଥିଲା। ସେହି ସମୟରେ ଏହି ଘଟଣାକୁ ନେଇ ଉତ୍ତେଜନା ବି ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର