ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ତାଙ୍କ ପ୍ରେମିକ ସହ ଯାଉଥିବା ବେଳେ ସ୍ବାମୀ ତାଙ୍କୁ ଦେଖି ଦେଇଥିଲେ। ଏହି ଘଟଣାରେ ସ୍ତ୍ରୀ ରାଗି ଯାଇ ପ୍ରେମିକ ସହ ବସିଥିବା ଗାଡ଼ିରେ ସ୍ବାମୀଙ୍କୁ ଧକ୍କା ଦେଇଥିଲେ। ଏହି ଧକ୍କାରେ ମହିଳାଙ୍କ ସ୍ବାମୀ ଗୁୁରୁତର ଆହତ ହୋଇଥିଲେ। ସ୍ଥାନୀୟଲୋକେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। 

Advertisment

ସୂଚନାଯୋଗ୍ୟ, ଅନିଲ ପାଲ ଷ୍ଟେସନାରି ବ୍ୟବସାୟ କରନ୍ତି। ୨୦୧୬ରେ ସେ ରଜନି ପାଲଙ୍କୁ ବିବାହ କରିଥି‌ଲେ। ଏ ଦମ୍ପତିଙ୍କ ତିନିଜଣ ସନ୍ତାନ ଅଛନ୍ତି। କିଛିଦିନ ହେବ ରଜନି କିଛି କାରଣ ନଥାଇ ଅନିଲ ପାଲଙ୍କ ଝଗଡ଼ା କରି ତାଙ୍କ ବାପଘରକୁ ଚାଲି ଯାଇଥାଆନ୍ତି।

ଅନିଲଙ୍କ ସନ୍ଦେହ ହେବାରୁ ସେ ସ୍ତ୍ରୀ ରଜନୀ ପାଲଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ। ଏଥିରୁ ଅନିଲ ଜାଣିବାକୁ ପାଇଲେ କି ରଜନୀ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। ଉକ୍ତ ଯୁବକ ଜଣକ ରଜନିଙ୍କ ମାମୁଁଘର ଗାଁ ପାଖରେ ବସବାସ କରନ୍ତି।

ଅନିଲ ପାଲଙ୍କ କହିବାନୁସାରେ, ‘ ମାର୍ଚ୍ଚ ୨୦ରେ ରଜନି ପେଟରେ ଯନ୍ତ୍ରଣା ହେଉଛି କହି ଡାକ୍ତରଙ୍କ ପାଖକୁ ଯାଉଛି କହି ଘରୁ ବାହାରି ଯାଇଥିଲେ। ସନ୍ଧ୍ୟା ହୋଇଥିଲେ ସୁଦ୍ଧା ସେ ଘରକୁ ଫେରି ନଥି‌ଲେ। ମୁଁ ତାଙ୍କୁ ଖୋଜିବାକୁ ବାହାରିଥିବା ସମୟରେ ‌ସେ ଏକ ନୀଳରଙ୍ଗର କାର ଭିତରୁ ବାହାରିଥିଲେ। 

ମୋ‌ତେ ‌ଦେଖି ସେ ସଙ୍ଗେସଙ୍ଗେ ଗାଡ଼ି ଭିତରେ ବସିଯାଇଥିଲେ। ଆଉ ତାଙ୍କ ପାଖରେ ବସିଥିବା ଯୁବକଙ୍କୁ ଗାଡ଼ି ଆଗକୁ ବଢ଼ାଇବାକୁ କହିଥିଲେ। ଯଦ୍ବାରା ତାଙ୍କର ଗାଡ଼ି ଧକ୍କାରେ ମୋର ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଥିଲା।’ 

ଏହି ଘଟଣାକୁ କେନ୍ଦ୍ର କରି ଅନିଲ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାକୁ କେନ୍ଦ୍ରକରି ପୁଲିସ ରଜନୀ ଓ ମଙ୍ଗଳ ସିଂହଙ୍କୁ ଗିରଫ କରି ବିଚାରବିଭାଗୀୟ ହେପାଜତକୁ ନେଇଯାଇଛି।