ସାବଧାନ ! ଲକ୍‌ଡାଉନ୍‌ ସମୟରେ ଫେସ୍‌ବୁକ୍‌କୁ ହ୍ୟାକ୍‌ କରି ହ୍ୟାକର୍‌ ଲୁଟି ନେଉଛନ୍ତି ଟଙ୍କା

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ରାସ୍ତାଘାଟ ଶୁନ୍‌ଶାନ୍‌ ଥିବା ବେଳେ ଅପରାଧ ବି ବୃଦ୍ଧି ପାଉଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ଏଭଳି ସମୟରେ ସାଇବର ଅପରାଧୀ ଓ ହ୍ୟାକରମାନେ ବି ଲୋକମାନଙ୍କ ଠାରୁ ବିଭିନ୍ନ ଉପାୟ ଆପଣାଇ ଆଖି ପିଛୁଳାକେ ଟଙ୍କା ଲୁଟି ନେଉଛନ୍ତି। ଏମିତି ଏକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି।

ଆଶିଷ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ ହ୍ୟାକ କରି ଗୁଲସନ୍‌ ଖାତୁନ୍‌ ନାମକ ହ୍ୟାକର୍‌ ଟଙ୍କା ଲୁଟି ନେଇଛି। ହ୍ୟାକର ପ୍ରଥମେ ଆଶିଷ ସିଂ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରି ଫେସ୍‌ବୁକ୍‌ରେ ଥିବା ତାଙ୍କ ବନ୍ଧୁମାନଙ୍କୁ ମେସେଜ ପଠାଇଥିଲା। କିଛି ସମୟ ଇଂରାଜୀରେ ସେମାନଙ୍କ ସହ କଥା ବି ହୋଇଥିଲା। କଥା ହେବା ପରେ ଅସୁବିଧା ଅଛି ଟଙ୍କାର ଆବଶ୍ୟକତା ବହୁତ ରହିଛି,ଦୟାକରି ସାହାଯ୍ୟ କର ବୋଲି ହ୍ୟାକର ଗୁଲସନ୍‌ ଖାତୁନ୍‌ ଆଶିଷ ସିଂଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ମାଧ୍ୟମରେ ଅନୁରୋଧ କରିଥିଲା। ଆଉ ଟଙ୍କା ପଠାଇବାକୁ ହେଲେ ‘ଫୋନ୍‌ ପେ’ ଆପରେ ୯୫୬୪୮୮୪୧୨୩ ନମ୍ବରରେ ୪୦୦୦ଟଙ୍କା ପଠାଇବାକୁ ହ୍ୟାକର ମେସେଜ ଜରିଆରେ ଜଣାଇଥିଲା।

FBI 'Drive-By' Hacking Warning Just Got Real: Here's How This ...
Forbes

ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ ହୋଇଥିବା ସନ୍ଦେହ କରି ଜଣେ ବନ୍ଧୁ ଆଶିଷ ସିଂଙ୍କୁ ଜଣାଇଥିଲେ। ଏହାପରେ ସେ ଏହି ଘଟଣା ବିଷୟରେ ଜାଣି ଫେସ୍‌ବୁକ୍‌ରେ ଥିବା ବନ୍ଧୁମାନଙ୍କୁ ଯୋଗଯୋଗ କରି ଦୟାକରି ଏଭଳି ଟଙ୍କା କେହି ପଠାନ୍ତୁ ନାହିଁ ମୋର ଫେସ୍‌ବୁକ୍‌ ହ୍ୟାକ୍‌ ହୋଇଛି ବୋଲି ଜଣାଇଥିଲେ। କିନ୍ତୁ ଏହାରି ଭିତରେ ତାଙ୍କର କିଛି ସାଙ୍ଗ ଉକ୍ତ ହ୍ୟାକରଙ୍କୁ ଟଙ୍କା ବି ପଠାଇ ଦେଇଥିଲେ।

ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ହେଁ ଲୋକମାନେ ଏଥିପ୍ରତି ଯଥା ସମ୍ଭବ ସଚେତନ ଓ ଜାଗୃତ ରୁହନ୍ତୁ।

ସମ୍ବନ୍ଧିତ ଖବର