ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କରିବା ଧମକ ଦେଇ ୧୦ କୋଟି ଟଙ୍କା ଦାବି କରି ବ୍ଲାକ୍ମେଲ୍ କଲେ ହାକର୍ସ
ଗାଜିଆବାଦ୍: ଗାଜିଆବାଦ୍ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତିଙ୍କୁ ଏକ ହାକ୍ର୍ସ ଗ୍ରୁପ୍ ମିଶି ୧୦ କୋଟି ଟଙ୍କା ଦାବି କରି ବ୍ଲାକ୍ମେଲ୍ କରୁଥିବା ସୂଚନା ରହିଛି। ଯଦି ବ୍ୟକ୍ତି ଜଣକ ଦାବି ମୁତାବକ ଅର୍ଥ ପୈଠ କରିବାକୁ ସମର୍ଥ ନହୁଅନ୍ତି ତେବେ ତାଙ୍କର କିଛି ଅଶ୍ଳୀଳ ଫଟୋକୁ ଇଣ୍ଟର୍ନେଟ୍ରେ ଭାଇରାଲ୍ କରିବା ପାଇଁ ହାକର୍ସମାନେ ଧମକ ଦେଇଛନ୍ତି।
ବସୁନ୍ଧରା କଲୋନୀର ପୀଡ଼ିତ ଜଣକ ପୁଲିସ୍ରେ ଅଭିଯୋଗ ଆଣି କହିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କ ଇ-ମେଲ୍ ଆକାଉଣ୍ଟ୍କୁ ହ୍ୟାକ୍ କରି ତାଙ୍କୁ ବ୍ଲାକ୍ମେଲ୍ କରୁଛନ୍ତି। ପୀଡ଼ିତଙ୍କ ନା ରାଜୀବ କୁମାର। ସେ ଯଦି ସମୟ ମଧ୍ୟରେ ହାକର୍ସମାନଙ୍କୁ ୧୦ କୋଟି ଟଙ୍କା ନ ଦିଅନ୍ତି ତେବେ ନିଜର ଅଶ୍ଳୀଳ ଫଟୋ ଓ ଭିଡିଓ ଇଣ୍ଟର୍ନେଟ୍ରେ ସମସ୍ତେ ଦେଖିବାକୁ ପାଇବେ ବୋଲି ତାଙ୍କୁ ଧମକ ମିଳିଛି।
ଆହୁରି ବି ସୂଚନା ରହିଛି ଯେ ହାକର୍ସମାନେ ପୂରା ପରିବାର ଉପରେ ନଜର ରଖିଛନ୍ତି। ପରିବାର ଲୋକଙ୍କ ଗତିବିଧି ଲକ୍ଷ୍ୟ କରି ସେମାନଙ୍କୁ ବାରମ୍ବାର ବ୍ଲାକ୍ମେଲ୍ କରୁଥିବା ସୂଚନା ରହିଛି। ପୁଲିସ୍ର ସାଇବର୍ କ୍ରାଇମ୍ ସେଲ୍ ଏହି ଘଟଣାର ତଦନ୍ତ କରୁଛି ବୋଲି ଡିଏସ୍ପି ସୂଚନା ଦେଇଛନ୍ତି।