ଶାହଜହାପୁର: ଉତ୍ତରପ୍ରଦେଶର ଶାହାଜହାପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଲୋଭରେ ଜଣେ ନବବଧୂକୁ ଶାଶୁଘର ଲୋକ ହତ୍ୟା କରାଯିବାର ଏକ ମାମଲା ପୁଣି ସାମ୍ନାକୁ ଆସିଛି। ଯୌତୁକରେ ଇଷ୍ଟର ଗାଡ଼ି ନଦେବାକୁ ବଧୂକୁ ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ମୃତ୍ୟୁ ପୂର୍ବରୁ ଶାଶୁଘର ଲୋକଙ୍କ ନାମରେ ଏକ ଅଭିଯୋଗ ପତ୍ର ଲେଖିଯାଇଥିଲେ।
/sambad/media/post_attachments/wp-content/uploads/2018/02/441-ilustrasi_wulan_tewas_bunuh_diri_dokharianterbit-696x341-300x190.jpg)
ମିଳିଥିବା ସୂଚନା ମୁତାବକ, ଶାହଜହାପୁରରେ ମିତାଲିଙ୍କ ବିବାହ ବ୍ୟାଙ୍କ ଅଫ୍ ବଡୋଦାର ଜଣେ ମେନେଜରଙ୍କ ସହିତ ହୋଇଥିଲା। ମିତାଲିଙ୍କ ବିବାହକୁ ତାଙ୍କ ପିତା ଖୁବ୍ ଧୁମ୍ଧାମ୍ରେ କରିଥିଲେ। ବିବାହରେ ପାଖାପାଖି ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏଥିସହିତ ୧୫ଲକ୍ଷର ଏକ କାର ମଧ୍ୟ ଯୌତୁକ ବି ଦେଇଥିଲେ। କିନ୍ତୁ ଏଥିରେ ବି ମିତାଲିଙ୍କ ଶାଶୁଘର ଲୋକ ସନ୍ତୁଷ୍ଟ ହୋଇ ନଥିଲେ। ବିବାହର ୨୨ମାସ ପରେ ସେମାନେ ଇଷ୍ଟର ଗାଡ଼ିର ଦାବି କରିଥିଲେ। ଏହି ଗାଡ଼ି ମିତାଲିଙ୍କ ପିତା ନଦେବାକୁ, ଶାଶୁଘର ଲୋକ ମିତାଲିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏହି ଦୁଃଖ ବିଷୟରେ ମିତାଲି ବାପଘର ଲୋକଙ୍କୁ ବି ଜଣାଇଥିଲା। କିନ୍ତୁ କାଳେ ଶାଶୁଘର ଲୋକଙ୍କୁ କିଛି କହିଲେ ମିତାଲିଙ୍କ ସ୍ୱାମୀଙ୍କ ସହିତ ସମ୍ପର୍କ ଖରାପ ହେବ ସେ ଭୟରେ ଝିଅଘର ଲୋକ ଚୁପ୍ ରହିଥିଲେ।
/sambad/media/post_attachments/wp-content/uploads/2018/02/dead-karnataka_thinkstock_759-1-1-300x167.jpg)
ମିତାଲି ବୋଧ ହୁଏ ସୁରାଗ ପାଇଥିଲା କି ଦିନେ ନା ଦିନେ ତାକୁ ଶାଶୁଘର ଲୋକ ହତ୍ୟା କରିଦେବେ। ସେଥିପାଇଁ ସେ ଶାଶୁଘର ନାମରେ ଏକ ଅଭିଯୋଗ ପତ୍ର ଲେଖିଥିଲା। ଯେଉଁଥିରେ ମିତାଲି ଲେଖିଥିଲା, ‘ଯଦି ଭବିଷ୍ୟତରେ ମୋର କିଛି ହୋଇଯାଏ ତେବେ ମୋର ଶାଶୁଘର ଲୋକ ହିଁ ଏଥିପାଇଁ ଦାୟୀ ହେବେ। ’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/xg-1518260510.jpg.pagespeed.ic_.VFWixTIsIX.jpg)