ଲକ୍ଷ୍ମୌ: ଉତ୍ତରପ୍ରଦେଶର ମଉ ଜିଲ୍ଲାରେ ଜଣେ ବ୍ୟକ୍ତି ନିକଟରେ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହର କିଛି ଦିନ ପରେ ଉକ୍ତ ବ୍ୟକ୍ତି ଜଣକ ବିରକ୍ତ ହୋଇ ରେଳଧାରଣାକୁ ଦୁଇ ଇଞ୍ଚ ପର୍ଯ୍ୟନ୍ତ କାଟି ଦେଇଥିବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଭଳି କାଣ୍ଡ ପରେ ସେ ଘଟଣାସ୍ଥଳରେ ଏକ ଚିଠି ଛାଡି ଯାଇଥିବା ଦେଖିବାକୁ ମିଳିଥିଲା । ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଚିଠିକୁ ଜବତ କରିବା ସହିତ ଘଟଣାର ଯାଞ୍ଚ ଆରମ୍ଭ କରିଛି। ତେବେ ଏହାଦ୍ୱାରା କିଛି ସମୟ ପର୍ଯ୍ୟନ୍ତ ରେଳଯାତ୍ରା ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଏହି ଘଟଣା ମଉର ରତନପୁରା ରେଳଷ୍ଟେସନ୍ର ପୁର୍ବି ଛୋର ନିକଟରେ ଘଟିଛି । କେହି ଜଣେ ରେଳଧାରଣାକୁ ଦୁଇଇଞ୍ଚ ପର୍ଯ୍ୟନ୍ତ କାଟି ଦେଇଥିବା ସେହି ରାସ୍ତା ଦେଇ ଯାଉଥିବା କିଛି ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ। ଏଥିସହିତ ଘଟଣାସ୍ଥଳରେ ଏକ ଚିଠି ବି ସେମାନେ ପାଇଥିଲେ। ଏହି ଚିଠିରେ ଲେଖାଥିଲା କି, ‘ଯଥା ଶୀଘ୍ର ମୋର ପତ୍ନୀକୁ ତାର ବାପ ଘରେ ଛାଡି ଦିଆଯାଉ। ଯଦି ଦୁଇଦିନ ଭିତରେ ମୋର ଏହି ଦାବି ପୂରା ନ ହୁଏ ତେବେ ବଡ଼ ଧରଣର ବିସ୍ଫୋରଣ ହେବ।’
/sambad/media/post_attachments/4cdb00a076bc593fc018a490488727deb5235614acddb6e7971cb52636a698cb.jpg)
ଏହି ଘଟଣା ବିଷୟରେ ସ୍ଥାନୀୟଲୋକେ ରେଳ ପରିଚାଳକଙ୍କୁ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଭଳି ଘଟଣା ଘଟିବା ପରେ ସେହି ରେଳଧାରଣା ଦେଇ ବଲିୟା-ଶାହଗଞ୍ଜ ପାସେଞ୍ଜର ଟ୍ରେନ୍ ଯିବାର ଥିଲା, ଯାହାକି ସୌଭାଗ୍ୟବଶତଃ ଏକ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ଏହି ସମୟରେ ସେହି ଟ୍ରାକ ଦେଇ ଯାଉଥିବା ଏକ ପାସେଞ୍ଜର ଟ୍ରେନ୍କୁ ଘଟଣାସ୍ଥଳଠାରୁ ୫୦ ମିଟର ପୂର୍ବରୁ ରୋକି ଦିଆଯାଇଥିଲା।