ହରଦୋଇ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ବରୁଆର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତା’ର ବାପଘରେ ସ୍ୱାମୀ ଓ ଶ୍ୱଶୁର ଜୀବନ୍ତ ଜାଳି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ମହିଳାଙ୍କ ପିତା-ମାତା ଏଭଳି ହୃଦୟବିଦାରକ ଦୃଶ୍ୟକୁ ଦେଖି ଅଚେତ ହୋଇପଡ଼ିଥିଲେ। ଏହାପରେ ଗ୍ରାମବାସୀ ତୁରନ୍ତ ପୁଲିସକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। କିନ୍ତୁ ପୁଲିସ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଗ୍ରାମବାସୀ ପୀଡିତାକୁ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ପୀଡତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଲକ୍ଷ୍ମୌ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ସିଓ ମମତା କୁରିଲ ହସ୍ପିଟାଲ ପହଞ୍ଚି ପୀଡିତାଙ୍କଠାରୁ ବୟାନ ରେକର୍ଡ କରି ଯାଞ୍ଚ ଆଦେଶ ଦେଇଥିଲେ।
/sambad/media/post_attachments/wp-content/uploads/2017/12/Indian-man-jail6166-300x211.jpg)
ସୂଚନାଯୋଗ୍ୟ, ହରଦୋଇ ଜନପଦର ଟାଣ୍ଡିୟାବା ଥାନା ଅଞ୍ଚଳସ୍ଥିତ ବରୁଆରେ ଗ୍ରାମରେ ଏଭଳି ଏକ ଅଘଟଣ ଘଟିଛି। ଯେଉଁଠାରେ ଯୌତୁକ ଲୋଭରେ ସ୍ୱାମୀ ତା’ର ପିତା ସହିତ ମିଶି ୨୨ବର୍ଷୀୟ ନବବିବାହିତ ପତ୍ନୀ ରେଖାଙ୍କୁ ତାଙ୍କ ବାପଘରେ ଜୀବନ୍ତ ଜଳାଇ ଦେବାକୁ ବି ପଛାଇ ନଥିଲା।
ରେଖା ପୁଲିସକୁ ଅଭିଯୋଗ କରି କହିଛନ୍ତି, ‘ମୋତେ ମୋ ଶ୍ୱଶୁରଙ୍କ ସ୍ୱଭାବ ଆରମ୍ଭରୁ ହିଁ ଭଲ ଲାଗୁ ନଥିଲା। ସେ ଅନେକ ଥର ମୋର ଇଜ୍ଜତ ସହିତ ଖେଳିବାକୁ ଚେଷ୍ଟା କରିଥିଲେ। ମୁଁ ସ୍ୱାମୀଙ୍କ ଇଚ୍ଛା ମୁତାବକ ଯୌତୁକ ନ ଆଣିଥିବାରୁ ସେ ମୋତେ ସବୁବେଳେ ମାରଧର କରିବା ସହିତ ମୋର କୌଣସି କଥା ଶୁଣନ୍ତି ନାହିଁ। ଅନେକ ସମୟରେ ସ୍ୱାମୀ ଓ ଶ୍ୱଶୁର ଦୁହେଁ ମିଶି ମୋତେ ମାରଧର କରୁଥାଆନ୍ତି। ଅତ୍ୟାଚାର ସମ୍ଭାଳି ନ ପାରି ମୁଁ ବାପଘରକୁ ଚାଲି ଆସିଥିଲି। କିଛି ଦିନ ପରେ ମୋର ସ୍ୱାମୀ ଓ ଶ୍ୱଶୁର ବାପଘରେ ଆସି ପହଞ୍ଚି ଯାଇଥିଲେ। ବାପଘରେ ମୋ ମାତା-ପିତାଙ୍କ ସହିତ ଯୌତୁକକୁ ନେଇ ଅନେକ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ଅଧିକ ବଢ଼ିବାରୁ ଏହି ରାଗରେ ସ୍ୱାମୀ ଓ ଶ୍ୱଶୁର ମୋତେ ଜୀଅନ୍ତା ଜଳାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
/sambad/media/post_attachments/wp-content/uploads/2017/12/harassed-706-300x167.jpg)
ରେଖା ପୁଲିସକୁ ଅଭିଯୋଗ କରି କହିଛନ୍ତି, ‘ମୋତେ ମୋ ଶ୍ୱଶୁରଙ୍କ ସ୍ୱଭାବ ଆରମ୍ଭରୁ ହିଁ ଭଲ ଲାଗୁ ନଥିଲା। ସେ ଅନେକ ଥର ମୋର ଇଜ୍ଜତ ସହିତ ଖେଳିବାକୁ ଚେଷ୍ଟା କରିଥିଲେ। ମୁଁ ସ୍ୱାମୀଙ୍କ ଇଚ୍ଛା ମୁତାବକ ଯୌତୁକ ନ ଆଣିଥିବାରୁ ସେ ମୋତେ ସବୁବେଳେ ମାରଧର କରିବା ସହିତ ମୋର କୌଣସି କଥା ଶୁଣନ୍ତି ନାହିଁ। ଅନେକ ସମୟରେ ସ୍ୱାମୀ ଓ ଶ୍ୱଶୁର ଦୁହେଁ ମିଶି ମୋତେ ମାରଧର କରୁଥାଆନ୍ତି। ଅତ୍ୟାଚାର ସମ୍ଭାଳି ନପାରି ମୁଁ ବାପଘରକୁ ଚାଲି ଆସିଥିଲି। କିଛି ଦିନ ପରେ ମୋର ସ୍ୱାମୀ ଓ ଶ୍ୱଶୁର ବାପଘରେ ଆସି ପହଞ୍ଚି ଯାଇଥିଲେ। ବାପଘରେ ମୋ ମାତା-ପିତାଙ୍କ ସହିତ ଯୌତୁକକୁ ନେଇ ଅନେକ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ଅଧିକ ବଢ଼ିବାରୁ ଏହି ରାଗରେ ସ୍ୱାମୀ ଓ ଶ୍ୱଶୁର ମୋତେ ଜୀଅନ୍ତା ଜଳାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପୁଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/lash-23-1514027098.jpg)