ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ସ୍ତ୍ରୀଙ୍କୁ ନିର୍ଯାତନା ଦେଇ କେଶ କାଟିଥିବା ଘଟଣାରେ ପୁଲିସ ଗିରଫ କରିଛି।
ପୀଡ଼ିତା ମହିଳାଙ୍କ ବାପା ରାଧାକୃଷ୍ଣ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ମୋ ଝିଅକୁ ତାର ସ୍ବାମୀ ରାମପ୍ରତାପ ଯୌତୁକଜନିତ ନିର୍ଯାତନା ଦେଇ ଆସୁଛନ୍ତି। କେବଳ ଜ୍ବାଇଁ ନୁହନ୍ତି ତାର ଶାଶୁଘରଲୋକ ବି ଝିଅକୁ ବାହାଘରର ଏକବର୍ଷ ପରେ ଯୌତୁକ ନିର୍ଯାତନା ଦେଇ ଫ୍ରିଜ ଓ କୁଲର ଆଦି ସାମଗ୍ରୀ ଦାବି କରୁଛନ୍ତି। ଯାହାକୁ ଦେବାକୁ ମୋ ପାଖରେ ସାମର୍ଥ୍ୟ ନାହିଁ।
ଦାବି ମୁତାବକ ଯୌତୁକ ନଦେବା କାରଣରୁ ନିକଟରେ ଜ୍ବାଇଁ ରାଗରେ ଝିଅକୁ ଜୋରଜବରଦସ୍ତି ଏକ ବିୟୁଟି ପାର୍ଲରକୁ ନେଇ ତାର ଲମ୍ବା କେଶ କାଟି ଦେଇଛନ୍ତି। କେଶ କଟାଯିବା ପରେ ଝିଅ ମୋର ଭୋଭୋ ହୋଇ କାନ୍ଦୁଛି।’
ପୁଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ରିପୋର୍ଟ ଆସିଲେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।