ନୂଆଦିଲ୍ଲୀ: କରୋନା ଭାଇରସର ମହାସଙ୍କଟ ସମୟରେ କାଉଡିଆ ଯାତ୍ରାକୁ ସରକାର ଅନୁମତି ଦେଇ ନାହାନ୍ତି। ଉତ୍ତରାଖଣ୍ଡ ସରକାର ବି କାଉଡିଆଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି। ଏହା ସତ୍ତ୍ବେ ବି କିଛି କାଉଡିଆ ଚଖମା ଦେଇ ପୌରୀ ଘାଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଯାହାଙ୍କୁ ପୁଲିସ ଗିରଫ କରିଛି।
ସୋମବାର ଥିବାରୁ ହରିଦ୍ବାରର ହର କି ପୌରୀ ଘାଟ ପର୍ଯ୍ୟନ୍ତ ପହଞ୍ଚି ୧୪ଜଣ କାଉଡିଆ ଗୋରୁଆ ରଙ୍ଗର ବସ୍ତ୍ର ପିନ୍ଧିଥିବା ବେଳେ ‘ବମ-ବମ ଭୋଲେ’ର ନାରା ଦେଇଥିଲେ। ଏହାପରେ ପୁଲିସ ସମସ୍ତଙ୍କୁ ଗିରଫ କରି ନେଇଛି। ଏହି ୧୪ଜଣଙ୍କ ବ୍ୟତୀତ ପୁଲିସ ଆଉ ଦୁଇଜଣ ଦୋକାନୀଙ୍କୁ ବି ଗିରଫ କରିଛି। ଯେଉଁମାନେ କି କାଉଡିଆ ଯାତ୍ରା ସହିତ ଜଡ଼ିତ ଥିବା ସାମଗ୍ରୀ ବିକୁଥିଲେ।
/sambad/media/post_attachments/50f97da3e9ee5399c9240de20073202db716ea81f3c54d45b4b21eb3b517eeee.jpg)
ଗିରଫ କରାଯାଇଥିବା କାଉଡିଆଙ୍କୁ କ୍ବାରେଣ୍ଟାଇନ କରାଯାଇଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ବିଶେଷ ଭାବେ କାଉଡିଆ ଯାତ୍ରା ଉପରେ ରୋକ ଲଗାଇଥିଲେ। ଗିରଫ ହୋଇଥିବା ସମସ୍ତ କାଉଡିଆ ହରିୟାଣାର ସୋନିପତରେ ବସବାସ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Untitled-1-19.jpg)