ଫେସ୍‌ବୁକ୍‌ ଲାଇଭ୍‌ କରି ବିଷ ପିଇଲେ ହରିୟାଣାର ଏହି ଲୋକପ୍ରିୟ ଗାୟିକା,ଏହା ଥିଲା କାରଣ

ନୂଆଦିଲ୍ଲୀ : ହରିୟାଣାର ଜଣାଶୁଣା ଗାୟିକା ଏବଂ ନୃତ୍ୟଶିଳ୍ପୀ ଅନାମିକା ବାବା ଫେସ୍‌ବୁକ୍‌ ଲାଇଭ୍‌ କରି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିଜ ସ୍ୱାମୀ ସହ ତାଙ୍କର ଝଗଡ଼ା ହେବାରୁ ସେ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ୩୦ ବର୍ଷୀୟ ଅନାମିକା ‘ଆନେ ବି’ ନାମରେ ହରିୟାଣାରେ ପ୍ରସିଦ୍ଧ । ତାଙ୍କୁ ଲୋକେ ଅନାମିକା ପରିବର୍ତ୍ତେ ଆନେ ବି ବୋଲି ଡ଼ାକିଥାନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ସେ ଫେସ୍‌ବୁକ୍‌ରେ ଲାଇଭ୍‌ କରି ନିଜ ସ୍ୱାମୀଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇଥିଲେ । ତାଙ୍କ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ଅନୈତିକ ସଂପର୍କ ଥିବାର ଆରୋପ ଲଗାଇ ଅନାମିକା ବିଷ ପିିଇ ଦେଇଥିଲେ । ଯାହା ପରେ ତାଙ୍କୁ ହିସାର ସିଭିଲ୍‌ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିବା ବେଳେ ଏବେ ଅନାମିକାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ୧୨ ବର୍ଷ ହେଲାଣି ଗୀତ ଗାଇ ଲୋକମାନଙ୍କ ମନୋରଞ୍ଜନ କରି ଆସୁଥିବା ଅନାମିକାଙ୍କ ଦେଖା ରୋହତକ୍‌ର ଶେଖର ଖାନ୍ନାଙ୍କ ସହ ହୋଇଥିଲା । ଶେଖର ଭିଡିଓ ଏଡିଟର ଥିବା ବେଳେ ଦୁହେଁ ୨୦୧୩ରେ ବିବାହ କରି ନେଇଥିଲେ । କିନ୍ତୁ ବିବାହ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅନାମିକା ନିଜ ମା’ଙ୍କ ସହ ହିସାରରେ ରହିବାକୁ ଲାଗିଥିଲେ । ଏ ମଧ୍ୟରେ ଅନାମିକା ଶେଖରଙ୍କର ଦିଲ୍ଲୀରେ ରହୁଥିବା ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ଥିବା ଜାଣିବାକୁ ପାଇଥିଲେ । ଏହା ପରେ ମହିଳାଜଣଙ୍କ ଅନାମିକାଙ୍କୁ ଫୋନ କରି ଶେଖରଙ୍କୁ ଛାଡ଼ପତ୍ର ଦେବାପାଇଁ ବାଧ୍ୟ କରି ଚାଲିଥିଲେ । ଏ ସବୁ କଥାକୁ ନେଇ ଚିନ୍ତିତ ହେବା ସହ ଶନିବାର ଅନାମିକା ଆତ୍ମହତ୍ୟା କରିବା ପାଇଁ ନିଷ୍ପତି ନେଇଥିଲେ ।

 

ସମ୍ବନ୍ଧିତ ଖବର