ଦୀର୍ଘ ସମୟ ଟିଭି ଦେଖିବାରୁ ୫ ବର୍ଷୀୟା ଝିଅକୁ ବାଡ଼େଇ ବାଡ଼େଇ ହତ୍ୟା କଲା ମାଆ

ତ୍ରିଚି: ତାମିଲନାଡୁରେ ଘଟିଛି ଏକ ଅଭାବନୀୟ ଘଟଣା। ଦୀର୍ଘ ସମୟ ଧରି ଟିଭି ଦେଖିବା କାରଣରୁ ନିଜ ୫ ବର୍ଷୀୟା ଝିଅକୁ ଜଣେ ମାଆ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସୋମବାର ତାମିଲନାଡୁର ତ୍ରିଚି ଜିଲ୍ଳାରେ ଘଟିଛି।

କାଥୁପୁତୁରୁସ୍ଥିିତ ପଲିଭାସାଲ ଷ୍ଟ୍ରିଟ୍‌ର ବାସିନ୍ଦା ପି ଲତିକା  ଦୀର୍ଘ ସମୟ ଧରି ଟିଭି ଦେଖୁଥିଲା। ତାକୁ ତା’ର ମାଆ ଟିଭି ନ ଦେଖିବା ପାଇଁ କହିବା ପରେ ବି ସେ ଅଣଦେଖା କରି ଟିଭି ଦେଖି ଚାଲିଥିଲା। ଫଳରେ ରାଗରେ ଆସି ଲତିକାର ମାଆ ତାକୁ ବାଡ଼େଇବାକୁ ଲାଗିଥିଲେ। ମାଡ଼ ଖାଇ ଲତିକା ଗୁରୁତର ହୋଇ ପଡ଼ିବାରୁ ତାକୁ ସ୍ଥାନୀୟ ହସ୍ପିଟାଲ୍‌କୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ପୁଲିସ୍‌ ମୃତକ ଲତିକାର ବାପାମାଆଙ୍କୁ ପଚରାଉଚରା କରିବା ଆରମ୍ଭ କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ବାପାମାଆଙ୍କର ଲତିକା ଗୋଟିଏ ମାତ୍ର ସନ୍ତାନ ଥିଲା।

ସମ୍ବନ୍ଧିତ ଖବର