କଲେଜ ଯିବାକୁ ଅଟୋରେ ବସିଥିବା ବେଳେ ଛାତ୍ରୀ ହେଲେ ଦୁଷ୍କର୍ମର ଶିକାର

ହିସର: ହରିୟାଣାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅଟୋରିକ୍ସା ଚାଳକ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଦୁଷ୍କର୍ମ ଘଟଣାରେ ଅଟୋ ଚାଳକଙ୍କ ସମ୍ପର୍କୀୟ ମଧ୍ୟ ତାଙ୍କୁ ଏହି ଅପରାଧରେ ସାହାଯ୍ୟ କରିଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ପୁଲିସ(ଡିଏସପି) ଭାରତୀ ଦବାସଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Hisar kidnapping

ସୂଚନାଯୋଗ୍ୟ, କଲେଜ ଛାତ୍ରୀ ଜଣକ କଲେଜରେ ପହଞ୍ଚିବା ପାଇଁ ଏକ ଅଟୋ ବୁକ୍ କରିଥିଲେ। ସେ ଏହି ଅଟୋରେ ବସିବା ପୂର୍ବରୁ ସେଥିରେ ପୂର୍ବରୁ ଅଟୋ ଚାଳକଙ୍କ ସମ୍ପର୍କୀୟ ବସିଥି‌ଲେ। ଏହାପରେ ଦୁହେଁ ଅଟୋରିକ୍ସାକୁ ବିମାନବନ୍ଦର ଛକକୁ ନେଇଯାଇଥିଲେ। ସେଠାରେ ଦୁ‌ହେଁ ମିଶି ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ପୁଲିସ ପାଟ୍ରୋଲିଂ ଟିମ୍ ଅଟୋକୁ ଦେଖି ସନ୍ଦେହ ହେବାରୁ ପାଖଆଖ ଅଞ୍ଚଳ ଦେଖିଥିଲା। ପୁଲିସକୁ ଦେଖି ଦୁଷ୍କର୍ମକାରୀ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଦୁହିଁଙ୍କୁ କାବୁ କରି ନେଇଥିଲା।

ଡିଏସପି ଦବାସ କହିଛନ୍ତି, ପୀଡିତା ସୁରକ୍ଷିତ ଅଛନ୍ତି କିନ୍ତୁ ଏହି ଘଟଣାରେ ସେ ଆହତ ହୋଇଛନ୍ତି। ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନେବାକୁ ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ଅଭିଯୁକ୍ତମାନଙ୍କ ବିରୋଧରେ ଧାରା ୩୨୩ , ୩୫୪, ୩୫୪ଏ, ୩୬୭,୫୦୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର