ହୋଟେଲକୁ ନେଇ ଏୟାରଲାଇନ୍ସ କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ,ଫେସ୍‌ବୁକ୍‌ ମାଧ୍ୟମରେ ହୋଇଥିଲା ପରିଚୟ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଜଣେ ଏୟାର ଲାଇନ୍ସ କର୍ମଚାରୀଙ୍କୁ ପାଲନ ବିହାରରେ ଥିବା ଏକ ହୋଟେଲରେ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ୨୦ବର୍ଷିୟ ପୀଡ଼ିତା ଏ ନେଇ ପାଲନବିହାର ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ୬ ମାସ ପୂର୍ବରୁ ସେ ଫେସ୍‌ବୁକ୍‌ ମାଧ୍ୟମରେ ଦିଲ୍ଲୀର ଜଣେ ନୀତିନ୍‌ ନାମକ ଯୁବକଙ୍କ ସଂପର୍କରେ ଆସିଥିଲେ । ଅଗଷ୍ଟ ୧୬ରେ ଦୁଇ ଜଣ ଦେଖା ହେବା ସହ ଖାଇବା ପାଇଁ ନୀତିନ ପୀଡ଼ିତାଙ୍କୁ ଗୁରୁଗ୍ରାମର ଏକ ହୋଟେଲକୁ ନେଇ ଯାଇଥିଲେ । ହୋଟେଲ ଭିତରକୁ ଯିବା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଅସଦାଚରଣ କରିବା ସହ ଦୁଷ୍କର୍ମ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ ।

The Hindu

ଅଭିଯୁକ୍ତଙ୍କ ଉଦ୍ୟମ ଦେଖି ପୀଡ଼ିତା ଡ଼ରରେ ବାଥ୍‌ରୁମ୍‌ରେ ନିଜକୁ ବନ୍ଦ କରି ନେଇଥିଲେ । କିନ୍ତୁ ଅଭିଯୁକ୍ତ ବାଥ୍‌ରୁମ୍‌ର ଅନ୍ୟ ଏକ ଚାବି ନେଇ ପୀଡ଼ିତାଙ୍କୁ ସହ ଜବରଦସ୍ତି କରିବା ଆରମ୍ଭ କରିଥିଲେ । କୌଣସି ଉପାୟରେ ପୀଡ଼ିତା ନିଜକୁ ବଞ୍ଚାଇ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏବେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର